• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଲେଶ୍ୱର: ପିଠା ଖାଇବାକୁ ଯାଇ ଶିଶୁକନ୍ୟା ନିଖୋଜ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନିମା ଗାଁର ଜଣେ ଅଢ଼େଇ ବର୍ଷର ଶିଶୁକନ୍ୟା ନିଖୋଜ । ଝିଅ ନିଖୋଜ ନେଇ ବସ୍ତା ଥାନାରେ ଅଭିଯୋଗ କଲେ ଶିଶୁର ବାପା । ପୋଢୁଆଁ ହୋଇ ପଡ଼ୋଶୀ ଘରକୁ ବୁଲିବାକୁ ଯାଇଥିଲା ଝିଅ । ହେଲେ ତାପରେ ଆଉ ଫେରିନଥିଲା । ଏମିତିକି ପଡ଼ିଶା ଘରେ ବି ଝିଅ ନଥିଲା । ପଡ଼ୋଶୀଙ୍କ କହିବାନୁଯାୟୀ, ପିଠା ଖାଇବା ପରେ ଝିଅ ତାଙ୍କ ଘରୁ ପଳାଇ ଆସିଥିଲା । 

ସୂଚନାଯୋଗ୍ୟ, ଆଜି ଥିଲା ପ୍ରଥମାଷ୍ଟମୀ । ସେଥିପାଇଁ ବସ୍ତା ଥାନା ନିମା ଗାଁର ଉମାକାନ୍ତ ପ୍ରଧାନଙ୍କ ଅଢ଼େଇ ବର୍ଷର ଝିଅ ପଡ଼ୋଶୀଙ୍କ ଘରକୁ ପିଠା ଖାଇବାକୁ ଯାଇଥିଲା । ମାତ୍ର ଦୀର୍ଘ ସମୟ ଧରି ଘରକୁ ଫେରିନଥିଲା । ଝିଅ ଘରକୁ ଫେରିବାରେ ବିଳମ୍ୱ ହେବାରୁ ପରିବାର ଲୋକ ପଡ଼ୋଶୀଙ୍କ ଘରକୁ ଯାଇଥିଲେ । ଝିଅ କୁଆଡ଼େ ଗଲା ବୋଲି ପଚାରିଥିଲେ । ମାତ୍ର ପଡ଼ୋଶୀ କହିଥିଲେ, ଝିଅ ପିଠା ଖାଇସାରି ତମ ଘରକୁ ଚାଲି ଯାଇଛି । ଏକଥା ଶୁଣିବା ପରେ ଉମାକାନ୍ତଙ୍କ ପରିବାର ଲୋକେ ଚମକି ପଡ଼ିଥିଲେ । ପରେ ବ୍ୟସ୍ତ ହୋଇ ଝିଅକୁ ଏଣେ ତେଣେ ଖୋଜିବାକୁ ଲାଗିଲେ ପରିବାର ଲୋକ । ମାତ୍ର ପାଇନଥିଲେ । 

ଝିଅ ନମିଳିବାରୁ ବାପା ଉମାକାନ୍ତ ଓ ମାଆ ସସ୍ମିତା ଏନେଇ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛି । ଘଟଣାରେ ପୋଲିସ ଏବେ ବି ତଦନ୍ତ ଜାରି ରଖିଛି ।

ସ୍ଥାନୀୟ ଲୋକଙ୍କ କହିବା କଥା, ଦୁଇ ଜଣ ଫେରିବାଲା ଗାଁକୁ ଆସିଥିଲେ । ସେମାନେ ସାହି ସାହି ବୁଲି ବିକ୍ରି କରୁଥିଲେ । ପିଲା ନିଖୋଜ ପରଠାରୁ ଗାଁକୁ ଆସିଥିବା ଦୁଇ ଫେରିବାଲାଙ୍କ ପତ୍ତା ନାହିଁ । ତେଣୁ ସେମାନେ କୁନି ଝିଅକୁ ଅପହରଣ କରିଥିବା ସନ୍ଦେହ ହୋଇଛି ।