ଆସନ୍ତାକାଲି ଘନ କୁହୁଡ଼ି ପାଇଁ ୧୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ୟପକ୍ଷେ, ଗତ ୨ ଦିନ ଧରି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହୋଇଛି। ଅଦିିନିଆ ବର୍ଷା ଯୋଗୁ ପରିବା ଚାଷ ପ୍ରଭାବିତ ହେବାର ଆଶଙ୍କା ଅଛି।
ସମସ୍ତ ୫ ଜଣଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। ସେଥିରୁ ଜଣକର ପଜିଟିଭ ମିଳିଛି, ଜିନମ ସିକ୍ୟୁଏନସିଂ ପାଇଁ ଯାଇଛି।
ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ସବୁ ଧର୍ମାନୁଷ୍ଠାନ ୩ ଦିନ ବନ୍ଦ ରହିବ।
ରାଜ୍ୟରେ ଦିନକୁ ଦିନ ବଢ଼ୁଛି ସଂକ୍ରମଣ । ଏହି କ୍ରମରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ମାତ୍ର ୧୦ ଦିନ ଭିତରେ ରାଜ୍ୟରେ ୧୪ ଜଣ ସଂକ୍ରମିତ ଚିହ୍ନଟ ହେଲେଣି ।
ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ପର୍ବପର୍ବାଣୀ ଆସିଲେ ଘରେ ତିଆରି ହୁଏ ଭଳିକି ଭଳି ପିଠା । ପିଠାର ରେସିପି କଥା ମନକୁ ଆସିଲେ, ଆଗ ଆରିସା ପିଠା କଥା ମନକୁ ଆସେ । ଆଗରୁ ଆପଣ ଆରିସା ପିଠା ଖାଇଥିବେ, ହେଲେ କେବେ ରାଶିରେ ପ୍ରସ୍ତୁତ ଆରିସା ପିଠା ଖାଇଛନ୍ତି କି ? ଆଜି ହିଁ ଘରେ ବନାନ୍ତୁ ‘ରାଶି ଆରିସା’ ।
ସରକାରୀ ପ୍ରେସରେ ବାଲଟ ପେପର ଛପା ଚାଲିଛି । ପ୍ରାର୍ଥୀଙ୍କୁ ଆଲଫାବେଟିକାଲ ଅର୍ଡରରେ ସିମ୍ବଲ ଆଲର୍ଟ କରାଯିବ ।
୨ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହ ବର୍ଷା ହେଉଛି । କୁଆପଥର ମାଡ଼ ସାଙ୍ଗକୁ ବର୍ଷା ଅସ୍ତବ୍ୟସ୍ତ କରି ପକାଉଛି ।
ବିବାହ ପରେ ବରକନ୍ୟା ଫେରୁଥିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ବରକନ୍ୟା ଗୁରୁତର ଅଛନ୍ତି ।
୨୦୨୧ ମସିହା, ଡିସେମ୍ବର ମାସ ୩୦ ତାରିଖ, ଗୁରୁବାର, ଧନୁ ୧୫ ଦିନ, ପୌଷମାସ, କୃଷ୍ଣପକ୍ଷ, ଏକାଦଶୀତିଥି, ବିଶାଖା ନକ୍ଷତ୍ର, ତୁଳା ରାଶିରେ ଚନ୍ଦ୍ର, ତୁଳା, କୁମ୍ଭ ରାଶିର ଘାତବାର,ଶିମ୍ବ, ଆମିଷ ନ ଖାଇଲେ ଭଲ, ପର୍ବଦିନ-ସର୍ବସମ୍ମତ ସଫଳା ଏକାଦଶୀ । ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି । ତେବେ ଆସନ୍ତୁ ଜାଣିବା ମେଷ ରାଶିଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ...
ଜାତୀୟ ସ୍ତରୀୟ ଉଦ୍ୟାନ ଭାବରେ ଶୋଭା ପାଇବ ନନ୍ଦନକାନନ । ଆସିବେ ନୂଆ ପଶୁପକ୍ଷୀ।
ରାଜଧାନୀରେ ଦିନକୁ ଦିନ ବୃଦ୍ଧି ପାଉଛି ଦୁର୍ବୁତ୍ତଙ୍କ ଆତଙ୍କରାଜ। ରାହାଜାନୀଠୁ ଆରମ୍ଭ କରି ସାଇବର କ୍ରାଇମ୍ ପର୍ଯ୍ୟନ୍ତ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧର ସଂଖ୍ୟା। ସେମାନଙ୍କ ଉପରେ ଲଗାମ ଲଗାଇବାକୁ ନୂଆ କରି ପ୍ରତିଷ୍ଠା ହେଲା ସାଇବର ଥାନା।
ଗଞ୍ଜେଇରୁ ତିଆରି ଜିନିଷକୁ ଖାଦ୍ୟର ମାନ୍ୟତା ଦିଆଯାଇଛି । ଏହାକୁ ମଧ୍ୟ ବିଭିନ୍ନ ରୋଗ ପାଇଁ ଔଷଧ ଭାବେ ବ୍ୟବହାର କରାଯାଉଛି । ଓଡିଶାରେ ଗଞ୍ଜେଇ ଚାଷକୁ ଅନୁମତି ଦିଆଗଲେ, ରାଜ୍ୟରେ ଅର୍ଥନୈତିକ ବିପ୍ଲବ ଆସିପାରିବ ବୋଲି କହିଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କଳାହାଣ୍ଡି କେସିଙ୍ଗାରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଅଣ୍ଡାମାଡ଼ କରାଯାଇଛି । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଅଣ୍ଡାମାଡ଼ କରାଯାଇଛି ।
ରାଜ୍ୟ ସରକାର ଆଜି ବରିଷ୍ଠ ପୋଲିସ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ମାଲକାନଗିରି ଏସପି ପ୍ରହଲ୍ଲାଦ ଏସ୍ ମୀନାଙ୍କୁ ବର୍ଷକ ମଧ୍ୟରେ ୩ଥର ବଦଳି କରାଯାଇଥିବାବେଳେ ଆଇପିଏସ୍ ଏସ୍ ସୁଶ୍ରୀଙ୍କୁ ଭୁବନେଶ୍ୱର ଡିସିପି(ଟ୍ରାଫିକ) ଭାବେ ଅବସ୍ଥାପିତ କରାଯାଇଛି।
ରାଜ୍ୟରେ କାୟା ବିସ୍ତାର କରୁଛି ଓମିକ୍ରନ ଭାରିଆଣ୍ଟ । ଆଜି ଆଉ ଜଣଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ଏଭଳି ସଂଖ୍ୟାବୃଦ୍ଧି ପରେ ଭୟ ବଢ଼ିବାରେ ଲାଗିଛି । କେବଳ ଯେ ଓମିକ୍ରନ୍, ତାନୁହେଁ, କରୋନାର ଦୈନିକ ସଂକ୍ରମଣ ମଧ୍ୟ ଚିନ୍ତା ବଢ଼ାଇଛି ।
ଆଗକୁ ନ୍ୟାସନାଲ ଆସେସ୍ମେଣ୍ଟ ଆଣ୍ଡ ଆକ୍ରେଡିଏସନ କାଉନସିଲ ବା ନାକ୍ ଟିମ୍ ରାଜ୍ୟରେ ଉଚ୍ଚଶିକ୍ଷାର ସ୍ଥିତି ଅନୁଧ୍ୟାନ ଲାଗି ଓଡ଼ିଶା ଆସିବ ।
ପଞ୍ଚାୟତ ନିର୍ବାଚନ ପ୍ରଥମ ସଂରକ୍ଷଣ ତାଲିକା ବାତିଲ ହୋଇ ନୂଆ ଚିଠା ତାଲିକା ଆସିବା ପରେ ବଢିଛି ବିବାଦ । କାରଣ ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ସଂରକ୍ଷଣ ପୂର୍ବ ତାଲିକା ତୁଳନାରେ ନୂଆ ତାଲିକାରେ ଘଟିଛି ଅନେକ ପରବର୍ତ୍ତନ ।
ଆସନ୍ତାକାଲି ଘନ କୁହୁଡ଼ି ନେଇ ୧୩ ଜିଲ୍ଲାକୁ ସତର୍କ ସୂଚନା । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କଟକ ଜିଲ୍ଲାକୁ ସତର୍କ କରାଯାଇଛି ।
ବର୍ଷର ଅନ୍ତିମ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭିଡ ବଢିବାରେ ଲାଗିଛି । ନୂଆବର୍ଷ ଯେତିକି ପାଖେଇ ଆସୁଛି ସେତିକି ଭିଡ ଜମୁଛି ପର୍ଯ୍ୟଟନ ସହର ପୁରୀରେ। ଦୂରଦୂରାନ୍ତରୁ ପର୍ଯ୍ୟଟକ ମାନେ ହଲି ଡେ କଟାଇବା ପାଇଁ ପୁରୀକୁ ଛୁଟୁଛନ୍ତି ।
ଆଗକୁ ନୂଆ ବର୍ଷ ଆସୁଛି । ନୂଆ ବର୍ଷରେ ନନ୍ଦନକାନନରେ ଅହେତୁକ ଭିଡ଼ ଦେଖିବାକୁ ମିଳିବ । ଆଉ ଭିଡ଼ ହେଲେ ସଂକ୍ରମଣ ବୃଦ୍ଧି ପାଇବାର ମଧ୍ୟ ସମ୍ଭାବନା ରହିଛି ।
ପିଜି ଡାକ୍ତରୀ ଛାତ୍ରଛାତ୍ରୀମାନେ କଳା ବ୍ୟାଜ୍ ପିନ୍ଧି ପ୍ରତୀକାତ୍ମକ ବିରୋଧ କରିବା ସହ ନାରାବାଜି ମଧ୍ୟ କରିଥିଲେ ।
ରାଜ୍ୟରେ ୫୪ ପ୍ରତିଶତ ପଛୁଆବର୍ଗ ଲୋକ ଥିଲେ ବି ସରକାର ସେମାନଙ୍କୁ ନିଜ ପରିବାର ବୋଲି ଭାବୁନାହଁନ୍ତି । ରାଜ୍ୟପାଳଙ୍କ ନିକଟରେ ଏଭଳି ସାଂଘାତିକ ଅଭିଯୋଗ କରିଛି ବିଜେପି ।
ଦିନେ ଗୁହାରି ଧରି ଲୋକେ ଆସୁଥିଲେ, ଆଉ ସହାୟତା ପାଉଥିଲେ ହେଲେ ଆଜି ସେ ଦିନକୁ ଦୁଇ ମୁଠା ଖାଇବା ଯୋଗାଡ଼ କରିବାକୁ ନାନା ସଂଘର୍ଷ କରୁଛନ୍ତି ସମ୍ବଲପୁର ଧନକଉଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷା ନିରାଶୀ ।
ଓଡ଼ିଶା ପ୍ରଶାସନିକ ସେବାରେ ନିଯୁକ୍ତି ପାଇଲେ ୧୫୩ ଅଫିସର । ଲୋକସେବା ଭବନରେ ଆୟୋଜିତ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।