/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640854138.jpg)
Rasi arisha pitha
ଆଜି ଆମେ ଓଡ଼ିଆ ଘରର ଏକ ପ୍ରସିଦ୍ଧ ଓ ସୁଆଦିଆ ପିଠା ତିଆରି କରିବୁ । ଏହି ପିଠା ରେସିପିର ନାଁ ହେଉଛି ‘ରାଶି ଆରିସା’ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ପ୍ରସ୍ତୁତ କରିବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Advertisment
ଆବଶ୍ୟକ ସାମଗ୍ରୀ:
ଅରୁଆ ଚାଉଳ, ରାଶି, କାଜୁ ବାଦାମ, ଚିନା ବାଦାମ, ଗୁଡ଼, ନଡ଼ିଆ କୋରା ଓ ରିଫାଇନ୍ ତେଲ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଅରୁଆ ଚାଉଳକୁ କିଛି ସମୟ ପାଣିରେ ଭିଜେଇ ଛାଣି ଚୂନା ପ୍ରସ୍ତୁତ କରନ୍ତୁ।
- ଚାଉଳକୁ ପାଣିରେ ଭିଜାଇବା ବେଳେ ରାଶିକୁ ମଧ୍ୟ ପାଣିରେ ବତୁରାଇ ଦିଅନ୍ତୁ।
- କିଛି ସମୟ ପରେ ଏହାକୁ ଛାଣି ଭଲ ଭାବେ ଦଳି ଦିଅନ୍ତୁ, ଯେମିତି ଏଥିରୁ ଚୋପା ଛାଡ଼ିଯିବ।
- ଏହାପରେ କାଜୁ ବାଦାମ ଓ ଚିନା ବାଦାମକୁ ଭାଜି ରଖନ୍ତୁ।
- ଏସବୁ ପ୍ରସ୍ତୁତି ଶେଷ ହେବା ପରେ ଏକ କଡ଼େଇରେ ପାଣି ଦେଇ ସେଥିରେ ଗୁଡ଼ ପକାଇ ଫୁଟାନ୍ତୁ ।
- ଗୁଡ଼ ପାଣିରେ ମିଶି ଫୁଟିଯିବା ପରେ ସେଥିରେ ନଡ଼ିଆ କୋରା, ଭଜା ଚିନାବାଦାମ ଓ ଭଜା କାଜୁ ବାଦାମ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
- ଗୁଡ଼ ଅଠା ଧରିବା ପରେ ସେଥିରେ ପ୍ରସ୍ତୁତ ଚାଉଳ ଚୂନାକୁ ପକାଇ ଜନ୍ତଣୀ ପ୍ରସ୍ତୁତ କରନ୍ତୁ।
- ଏବେ ଏହି ଜନ୍ତଣୀକୁ ଛୋଟ ଛୋଟ ଗୁଳା କରି ଚାପି ଆରିସା ପିଠାର ଆକୃତି ଦିଅନ୍ତୁ ଓ ଏଗୁଡ଼ିକର ଦୁଇ ପଟେ ରାଶି ଲଗାଇ ରିଫାଇନ୍ ତେଲରେ ଛାଣନ୍ତୁ।
- ଦୁଇ ପଟ ଲାଲ୍ ହୋଇଗଲେ ଏଗୁଡ଼ିକୁ ପ୍ଲେଟକୁ କାଢ଼ି ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ରାଶି ଆରିସା’। ଏହି ରାଶି ଆରିସା ପିଠାକୁ ଆପଣ ବହୁ ଦିନ ଘରେ ରଖି ଖାଇପାରିବେ । ଏହାଛଡ଼ା ଘରକୁ କୁଣିଆ ଆସିଲେ ଏହାକୁ ପରଷି ପାରିବେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)