• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

 ପୂର୍ବରୁ ଥିଲେ ଜନ ପ୍ରତିନିଧୀ । ହେଲେ ଏବେ ଦୁଃଖ ଓ ଦୁର୍ଦ୍ଦିନରେ କଟୁଛି ଜୀବନ । ପରିସ୍ଥିତି ଏପରି ହୋଇଛି ଦିନକୁ ଦିମୁଠା ଖାଦ୍ୟ ଯୋଗାଡ଼ କରିବା ବି କଷ୍ଟକର । ଯେଉଁଠି ଦିନେ ଗୁହାରି ଧରି ଲୋକେ ଆସୁଥିଲେ, ଆଉ ସହାୟତା ପାଉଥିଲେ ହେଲେ ଆଜି ସେ ଦିନକୁ ଦୁଇ ମୁଠା ଖାଇବା ଯୋଗାଡ଼ କରିବାକୁ ନାନା ସଂଘର୍ଷ କରୁଛନ୍ତି ସମ୍ବଲପୁର ଧନକଉଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷା ନିରାଶୀ । ଇଏ ହେଉଛନ୍ତି ସେହି ପୂର୍ବତନ ଜନ ପ୍ରତିନିଧି ଯିଏ ବ୍ଲକ ଅଧ୍ୟକ୍ଷା ଭାବେ ୨୦୦୨ରୁ ୨୦୦୭ ଯାଏଁ ଦାୟିତ୍ୱ ସମ୍ଭାଳିଥିଲେ ।

ନିରାଶୀଙ୍କ ଜୀବନର ଅଧା ବାଟରେ ସ୍ୱାମୀ ଚାଲି ଗଲେ । ପୁଅକୁ ଚାହିଁ ବଞ୍ଚିବାକୁ ସ୍ଥିର କରିଥିବା ନିରାଶୀଙ୍କୁ ସେ ସୁଯୋଗ ବି ମିଳିଲାନି । କିଛି ବର୍ଷ ମଧ୍ୟରେ ପୁଅ ବି ତାଙ୍କୁ ଛାଡ଼ି ଆର ପାରିକୁ ଚାଲିଗଲେ । ତା’ ପରେ ଏବେ ସେ ଏକୁଟିଆ ବୋହୂ ଓ ନାତୁଣୀର ସାହାରା ପାଲଟିଛନ୍ତି । ଦିନେ ଥିଲେ ନେତାମାନେ ଲୋକଙ୍କ କଥା ବୁଝୁଥିଲେ । ଘର ନିର୍ମାଣଠୁ ଆରମ୍ଭ କରି ରାସ୍ତାଘାଟ ଯାଏଁ ସବୁ କିଛି ତାଙ୍କ ଦ୍ୱାରା ହେଉଥିଲା । ହେଲେ ଏବେ ପଦ ନାହିଁ ନା ଅଛି ପୂର୍ବ ଗରିମା । ଅନ୍ୟକୁ ଆବାସ ଯୋଜନାରେ ସାମିଲ କରୁଥିବା ଜନ ପ୍ରତିନିଧିଙ୍କ ପାଖରେ ଘର ଖଣ୍ଡିଏ ବି ନାହିଁ ।

ସେହିପରି କଟକରେ ମଧ୍ୟ ଏଭଳି ସମ୍ମାନ ଘଟଣା ସାମ୍ମାକୁ ଆସିଛି । କଟକ ମହାନଗର ନିଗମର ୪୮ ନମ୍ବର ୱାର୍ଡର ପୂର୍ବତନ ମହିଳା କର୍ପୋରେଟର୍ । ଦିନ ଥିଲା ରାସ୍ତାଘାଟଠୁ ଆରମ୍ଭ କରି କେତେ କଣ ନିର୍ମାଣ କରୁଥିଲେ ହେଲେ ଏବେ ନିଜେ ଚଳିବା ପାଇଁ ଦିନ ମଜୁରି ଲାଗୁଛନ୍ତି । ଘର କହିଲେ ଖଣ୍ଡିଏ ଚାଳ ଛପରକୁ ବୁଝାଏ । ଦିନ ମଜୁରିଆ ଭାବେ କାମ କରି ଯାହା କିଛି ମିଳୁଛି ସେଥିରେ ଦିନକୁ ଦିଓଳି ବଞ୍ଚୁଛନ୍ତି । ପଦ ଯିବା ପରେ ତାଙ୍କ ଅବସ୍ଥା ଏବେ ଏମିତି ହୋଇଯାଇଛି । ତାଙ୍କ ପାଇଁ ଏବେ ପରିବାର ଚଲାଇବା ସତେ ଯେପରି କଷ୍ଟକର ହୋଇପଡ଼ିଛି ।

ସଞ୍ଜୟ ଜେନା / ଦେବାଶିଷ ମହାନ୍ତିଙ୍କ ରିପୋର୍ଟ