/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640777193.jpeg)
Odisha Administrative Service
ଓଡ଼ିଶା ପ୍ରଶାସନିକ ସେବାରେ ନିଯୁକ୍ତି ପାଇଲେ ୧୫୩ ଅଫିସର । ଲୋକସେବା ଭବନରେ ଆୟୋଜିତ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଣେ ପ୍ରଶାସନିକ ସେବକ ଭାବେ ପ୍ରତି ଅଫିସର ଦାୟିତ୍ୱ ର୍ନିବାହ କରିବା ଆବଶ୍ୟକ ଏବଂ ନିଜର ଭୂମିକା ଓ ଦାୟିତ୍ୱବୋଧକୁ ସେମାନେ ସୂଚାରୁରୂପେ ପାଳନ କରିବା ଉଚିତ ବୋଲି ନୂଆ ଅଫିସରଙ୍କୁ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହାସହ ଆଜି ଲୋକସେବା ଭବନରେ ପେନସନଧାରୀଙ୍କ ପାଇଁ ଦେଶରେ ପ୍ରଥମ ଥର ପାଇଁ ଡିଜିଟାଲ ଲାଇଫ ସାର୍ଟିଫିକେଟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଇ-ଗଭର୍ଣ୍ଣମେଣ୍ଟ ଡାଏରୀରକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ୬ ଆଇପିଏସ୍ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦୋନ୍ନତି ଦିଆଯାଇଛି ।
୩ ଆଇପିଏସ୍ଙ୍କୁ ଆଇଜି ଓ ୩ ଆଇପିଏସ୍ଙ୍କୁ ଡିଆଇଜି ଭାବେ ପଦୋନ୍ନତି କରାଯାଇଛି । ୨୦୦୪ ବ୍ୟାଚ୍ର ଦୀପକ କୁମାର, ଆଶିଷ ସିଂହ ଓ ସତ୍ୟବ୍ରତ ଭୋଇଙ୍କୁ IG ଦାୟିତ୍ୱ ଦିଆଯାଇଛି । ୨୦୦୮ ବ୍ୟାଚ୍ର ୩ IPSଙ୍କୁ ଡିଆଇଜି ଭାବେ ପଦୋନ୍ନତି କରାଯାଇଛି । ଉମାଶଙ୍କର ଦାସ, ଆର୍. ପ୍ରକାଶ ଓ ସତ୍ୟଜିତ ନାୟକଙ୍କୁ DIG ପଦବୀରେ ପଦୋନ୍ନତି ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)