• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପରିବା ଚାଷ ନଷ୍ଟ, ମଣ୍ଡିରେ ଭିଜୁଛି ଧାନ

  • ଘନ କୁହୁଡ଼ି ପାଇଁ ବି ସତର୍କ ରହିବାକୁ ଏସଆରସିଙ୍କ ଚିଠି

  • ଜାନୁୟାରୀ ୧ ଯାଏଁ ଘନ କୁହୁଡ଼ି ଲାଗିରହିବ

ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା । ଦୁଇ ଦିନ ହେଲା ଲାଗି ରହିଛି ବର୍ଷା । କୁଆପଥର ମାଡ଼ ମଧ୍ୟ ହୋଇଛି । ଅଦିନିଆ ବର୍ଷା ଯୋଗୁଁ ପରିବା ଚାଷ ପ୍ରଭାବିତ ହେବାର ଆଶଙ୍କା ରହିଛି । ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ରେଢ଼ାଖୋଲ ଏବଂ ମୟୁରଭଞ୍ଜ ଜିଲ୍ଲାରେ ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦେଖି ସତର୍କତା ଜାରି କରାଯାଇଥିବା ବେଳେ ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କଟକ, ଯାଜପୁର ଜିଲ୍ଲା ଆସନ୍ତା ୩ ଘଣ୍ଟା ଲାଗି ସତର୍କ ସୂଚନା ଜାରି କରାଯାଇଛି ।

କେବଳ ବର୍ଷା ନୁହେଁ କୁହୁଡ଼ି ପାଇଁ ମଧ୍ୟ ଏସଆରସିଙ୍କ ପକ୍ଷରୁ ସତର୍କ ରହିବାକୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଏବଂ କଟକରେ ପ୍ରବଳ କୁହୁଡ଼ିର ସମ୍ଭାବନା ରହିଛି ।

ଏସବୁ ଜିଲ୍ଲାରେ ଜାନୁୟାରୀ ୧ ତାରିଖ ସକାଳ ଯାଏଁ ଘନ କୁହୁଡ଼ି ଲାଗିରହିବ । ତେଣୁ ପୋଲିସ ଏବଂ ପରିବହନ ବିଭାଗ ଏଥି ପ୍ରତି ସତର୍କ ରହିବା ପାଇଁ ଏବଂ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଚିଠି ଲେଖିଛନ୍ତି ଏସଆରସି।

ସେପଟେ ଚାଷୀଙ୍କ ଉପରେ ଦାଉ ସାଧୁଛନ୍ତି ଇନ୍ଦ୍ର ଦେବତା । ମଣ୍ଡିରୁ ଧାନ ଉଠୁ ନଥିବା ବେଳେ ପୁଣି ଚାଷୀଙ୍କ ଉପରେ ଇନ୍ଦ୍ରଦେବତାଙ୍କ କୋପ । ଅଦିନିଆ ବର୍ଷାରେ ଭିଜୁଛି ମଣ୍ଡିରେ ପଡ଼ି ରହିଥିବା ଧାନ । ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ରାତିରୁ ପ୍ରବଳ ବର୍ଷା ହେଉଛି । କିଛି ସମୟ ବନ୍ଦ ରହିବା ପରେ ପୁଣି ବର୍ଷା ଏହି ବର୍ଷାରେ ମଣ୍ଡିରେ ଖୋଲା ଆକାଶ ତଳେ ପଡ଼ି ରହିଥିବା ଲକ୍ଷ ଲକ୍ଷ ବସ୍ତା ଧାନ ଭିଜି ଗଲାଣି । ଏହି ଓଦା ଧାନକୁ ଏବେ ମିଲରମାନେ ନେବେ କି ନାହିଁ, ନେଲେ କେତେ କଟନି ଛଟନି କରିବେ, ତାର ଭୟରେ ଚାଷୀ ଚିନ୍ତିତ ।