• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସୌନ୍ଦଯର୍ୟକରଣ ସହ ରାସ୍ତା ପ୍ରଶସ୍ତ ହେବ

ନନ୍ଦନକାନନକୁ ବିଶ୍ୱସ୍ତରୀୟ କରାଯିବ । ନୂଆ ଜୀବଜନ୍ତୁ ଆସିବେ, ସଜେଇ ହେବ ଖୁଆଡ । ବଟାନିକଲ ଗାର୍ଡେନର ସୌନ୍ଦର୍ଯ୍ୟକରଣ କରାଯିବା ସହ ରାସ୍ତା ପ୍ରଶସ୍ତ ହେବ । ଏଭଳି କିଛି ଯୋଜନା କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ନନ୍ଦନକାନନର ୬୨ ତମ ପ୍ରତିଷ୍ଠା ଦିବସରେ ଚଳିତବର୍ଷ ପାଇ ବିଭିନ୍ନ ଯୋଜନା କରାଯାଇଛି ।

୬୨ ବର୍ଷରେ ପାଦ ଥାପିଛି ନନ୍ଦନକାନନ । ଜୈବ ଉଦ୍ୟାନ ବର୍ଷର ବିଭିନ୍ନ ସମୟରେ ଏଠାକୁ କାହଁ କେତେ ଦୂରରୁ ଏଠାକୁ ଛୁଟି ଆସିଥାନ୍ତି ପର୍ଯ୍ୟଟକ । ନୂଆ ବର୍ଷ ହେଉ କିମ୍ବା ଦଶହରା, ଛୁଟି ମିଳିଲେ ପରିବାର ଓ ବନ୍ଧୁ ପରିଜନଙ୍କ ସହ ନନ୍ଦନକାନନ ବୁଲି ମଜା ନିଅନ୍ତି । ଏଥର ପ୍ରତିଷ୍ଠା ଦିବସରେ ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରସ୍ତୁତ ହୋଇଛି ଯୋଜନା ।

ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ବାର୍ଷିକ ଯୋଜନା ଓ ଚିଠା ପ୍ରସ୍ତୁତ କରିଥିଲେ ପିସିସିଏଫ ପ୍ରତିଷ୍ଠା ଉତ୍ସବରେ ୬ଟି ବାଘ ଛୁଆଙ୍କ ନାମକରଣ କରାଯାଇଛି । ନନ୍ଦନକାନନର ନୂଆ ସଦସ୍ୟ ଭାବେ ସାମିଲ ହୋଇଛନ୍ତି ସୋହିନୀ, ବିବେକ, ଅଭୟ, ରକି, ବଂଶୀ ଓ ରାକେଶ । ବାଘୁଣୀ ମେଘାଠୁ ଜନ୍ମ ହୋଇଛନ୍ତି ସୋହିନୀ, ବିବେକ ଓ ଅଭୟ । ସେହିପରି ବାଘୁଣୀ ବିଜୟାଠୁ ଜନ୍ମ ଗ୍ରହଣ କରିଛନ୍ତି ରକି, ବଂଶୀ ଓ ରକେଶ । ସମସ୍ତ ଶାବକ ସୁସ୍ଥ ଥିବା ବେଳେ ଦର୍ଶକ ମାନେ ମଙ୍ଗଳବାରଠୁ ବାଘ ଖୁଆଡ ବୁଲିବାର ସୁଯୋଗ ପାଇଛନ୍ତି ।

ଗତବର୍ଷ କରୋନା ପାଇଁ ଅଧିକାଂଶ ଦିନ ବନ୍ଦ ରହିଥିଲା ନନ୍ଦନକାନନ । ୨୦୨୦-୨୧ରେ ମୋଟ ୮ ଲକ୍ଷ ୨୦ ହଜାର ପର୍ଯ୍ୟଟକ ଆସିଥିବା ବାର୍ଷିକ ରିପୋର୍ଟରେ ଦର୍ଶାଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ସେହିପରି ଜୈବ ଉଦ୍ୟାନର ମୋଟ ଆୟ ଗତ ବର୍ଷ ୫ କୋଟି ୧୮ ଲକ୍ଷ ଟଙ୍କା ରହିଛି । ୨୦-୨୧ ବର୍ଷରେ ୯ଟି ଜନ୍ତୁ ଅନ୍ୟ ରାଜ୍ୟରୁ ଆସିଥିବା ବେଳେ ୬ଟି ଜନ୍ତୁ ଅନ୍ୟ ରାଜ୍ୟକୁ ଯାଇଛନ୍ତି ।

ଗଲାବର୍ଷ ମୋଟ ୨୭୩ ଟି ଜନ୍ତୁ ନନ୍ଦନକାନନରେ ଜନ୍ମ ହୋଇଥିବା ବେଳେ ବିଭିନ୍ନ କାରଣରୁ ୭୪ ଟି ପ୍ରାଣ ହରାଇଛନ୍ତି । ତେବେ ଚଳିତ ବର୍ଷ ଅନେକ ଉନ୍ନୟନମୂଳକ କାର୍ଯ୍ୟ ପାଇ ଖସଡ଼ା ପ୍ରସ୍ତୁତ ହୋଇଛି ରୋପ୍ ୱେ । ଟୟ ଟ୍ରେନକୁ ପୁନଃ କାର୍ଯ୍ୟକ୍ଷମ କରିବା ସହ ପାର୍କିଂ ବ୍ୟବସ୍ଥାକୁ ଖୁବଶୀଘ୍ର ଶେଷ କରିଯିବାର ବ୍ୟବସ୍ଥା ହୋଇଛି । ଅସୁନ୍ଦର ତଥା ପୁରୁଣା ଖୁଆଡ ଗୁଡିକୁ ସଜାଡିବା ଭଳି କାଯର୍ୟ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

ଭୁବନେଶ୍ୱରରୁ କ୍ୟାମେରା ପର୍ସନ ରୋହନଙ୍କ ସହ ବିବର୍ତ୍ତନ ପଣ୍ଡା ଓଟିଭି