• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୫ ଦଫା ଦାବି ନେଇ ଆଜିଠୁ ବୁର୍ଲା ଭୀମସାରରେ ଜୁନିୟର ଡାକ୍ତର ସଂଘ ଜେଡିଏ ପକ୍ଷରୁ ଦୈନନ୍ଦିନ ରୁଟିନ୍ ଡ୍ୟୁଟି ବନ୍ଦ କରାଯାଇଛି । ତେବେ ଜରୁରୀକାଳୀନ ସେବା ବନ୍ଦ କରାଯାଇ ନାହିଁ । କାର୍ଯ୍ୟ ବନ୍ଦ ଯୋଗୁ ରୋଗୀ ସେବା ଉପରେ ଏହାର ପ୍ରଭାବ ପଡିଛି । ଗତକାଲି ପିଜି ଡାକ୍ତରୀ ଛାତ୍ରଛାତ୍ରୀମାନେ କଳା ବ୍ୟାଜ୍ ପିନ୍ଧି ପ୍ରତୀକାତ୍ମକ ବିରୋଧ କରିବା ସହ ନାରାବାଜି କରିଥିଲେ ।

ଗତକାଲି ଏମ୍‌କେସିଜି ମେଡିକାଲର ପିଜି ଛାତ୍ର ଆନ୍ଦୋଳନ କରିଥିଲେ । ସେମାନେ ବର୍ହିବିଭାଗ, ଇନ୍‌ଡୋର୍ ଚିକିତ୍ସାରୁ ନିବୃତ୍ତ ରହିଥିଲେ । ପିଜି ନିଟ୍ ପରୀକ୍ଷାର କାଉନସେଲିଂରେ ଅହେତୁକ ବିଳମ୍ବର ପ୍ରତିବାଦ କରି ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ବିଳମ୍ବ ଯୋଗୁଁ ସେମାନଙ୍କ ବହୁତ ଅସୁବିଧା ହେଉଛି । ନିଟ୍ କାଉନ୍‌ସେଲିଂର ଶୁଣାଣି ଜାନୁଆରୀ ୩ ତାରିଖରେ ଅଛି ।

ତେଣୁ କେବେ ହେବ ନାମଲେଖା ତାକୁ ନେଇ ସଂଶୟରେ ମେଡିକାଲ ଛାତ୍ରଛାତ୍ରୀ । ଏହାର ପ୍ରତିବାଦରେ ଜରୁରୀକାଳୀନ କାମ ଛଡ଼ା ଅନ୍ୟ ସମସ୍ତ କାମରୁ ବିରତ ରହିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ । ଏମାନେ ନିଟ୍ ପିଜି କାଉନସେଲିଂରେ ବିଳମ୍ବକୁ ବିରୋଧ କରି ଗତ କିଛିଦିନ ହେଲା ଦିଲ୍ଲୀରେ ରେସିଡେନସିଆଲ୍ ଡାକ୍ତରମାନେ ଆନ୍ଦୋଳନ କରି ଆସୁଛନ୍ତି । ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବେଳେ ପୋଲିସ ସେମାନଙ୍କୁ ପିଟିଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଛି । ତେବେ ଏହାକୁ ବିରୋଧ କରି ମଧ୍ୟ ଦିଲ୍ଲୀରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଛନ୍ତି ।