• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଜମ୍ମୁ-କଶ୍ମୀର ଉଧମପୁର ସଲାଥିଆ ଛକରେ ଏକ ବଡ ଧରଣରେ ବିସ୍ଫୋରଣ । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି । ଖବର ପାଇ ପୁଲିସ ଓ ବମ୍ ଡିସପୋଜାଲ୍ ସ୍କ୍ୱାଡ ଏବଂ ଫୋରେନ୍ସିକ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୂରା ମାମଲାର ଛାନଭିନ କରିଛନ୍ତି । ବିସ୍ଫୋରଣର ପ୍ରକାର ଏବଂ ଏହାର ଆତଙ୍କବାଦୀ ଦିଗରୁ ତଦନ୍ତ କରାଯାଉଛି । ଏହା ଆତଙ୍କବାଦୀ ଆକ୍ରମଣ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପରିବା ବିକାଳି ଷ୍ଟଲରେ ଏହି ବିସ୍ଫୋରଣ ହୋଇଛି । କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଘଟଣାର ତଦନ୍ତ ପାଇଁ ପୁଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ସମସ୍ତ ଆହତଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇବାକୁ କୁହାଯାଇଛି । ଗତ ରବିବାର ଦିନ ଶ୍ରୀନଗରର ଲାଲ ଚୌକ୍ ଅମିରା କାଦଲ ଅଞ୍ଚଳରେ ଗ୍ରେନେଡ ଆକ୍ରମଣରେ ୧୦ଜଣ ଆହତ ହୋଇଥିଲେ।