• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭୁବନେଶ୍ୱର ଓଟିଭି ମୁଖ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଓଟିଭି ନେଟୱର୍କରେ କାର୍ଯ୍ୟରତ ଥିବା ମହିଳା କର୍ମଚାରୀ, ରିପୋର୍ଟର, କ୍ୟାମେରାପର୍ସନ ଏବଂ ଡେସ୍କ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ । ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା କାର୍ଯ୍ୟକ୍ରମରେ ଯୋଗଦେଇ ମହିଳାଙ୍କ ଗୁୁରୁତ୍ୱ ଓ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଦକ୍ଷତାକୁ ଭୁରୀ ଭୁରୀ ପ୍ରଶଂସା କରିଥିଲେ । ସମସ୍ତ ଓଟିଭିର ମହିଳା କର୍ମଚାରୀ ଅନ୍ତର୍ଜାତୀୟ ମହିଳା ଦିବସକୁ ବେଶ ଖୁସିର ସହ ସେଲିବ୍ରେଟ୍ କରିଥିଲେ ।

ସେପଟେ ମହିଳା ଦିବସ ଅବସରରେ ବିଏସଏଫର ସୀମା ଭବାନୀ ଶୌର୍ୟ୍ୟର ନିଆରା ଅଭିଯାନ । ଦିଲ୍ଲୀରୁ କନ୍ୟାକୁମାରୀ ଯାଏ ବାଇକରେ ସଚେତନତା ସୃଷ୍ଟି କରିବ ସୀମା ଭବାନୀର ୩୬ ଜଣିଆ ଟିମ୍ । ଏହି ଅଭିଯାନ ଆଜି ଆରମ୍ଭ ହୋଇଥିବା ବେଳେ ଟିମ୍ ୫ହଜାର ୨୮୦ କିଲୋମିଟର ଅତିକ୍ରମ କରିବ । ଏହି ଅବସରରେ ବିଭିନ୍ନ ସ୍ଥାନରେ ମହିଳା ସଶକ୍ତିକରଣ ନେଇ ସଚେତନ କରିବ ଟିମ୍ ।

ସେହିଭଳି ରାଜଧାନୀରେ କମିଶନରେଟ ପୋଲିସ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି । ଏହି ଅବସରରେ ଏକ ବାଇକ ରାଲିର ଆୟୋଜନ କରାଯାଇଥିଲା । ଏଥିରେ ମହିଳା ପୋଲିସ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ । ବାଇକ ରାଲି ମାଧ୍ୟମରେ ସେମାନେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ ।

ତେବେ ମହିଳା ଦିବସରେ ଆଉ ଏକ ନିଆରା ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡରେ । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଘୋଡ଼ା ଚଢ଼ି ବିଧାନସଭାକୁ ଆସିଲେ ବିଧାୟିକା । ଝାଡଖଣ୍ଡ ବିଧାନସଭାକୁ କଂଗ୍ରେସ ବିଧାୟିକା ଅମ୍ବା ପ୍ରସାଦ ଆଜି ନିଜେ ଘୋଡ଼ା ଚଳାଇ ଆସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ ସେ କହିଥିଲ ଯେ ସବୁ ମହିଳାଙ୍କ ମଧ୍ୟରେ ଜଣେ ଜଣେ ଦୁର୍ଗା କିମ୍ବା ଝାନସି ରାଣୀଙ୍କ ରୂପ ରହିଛି । ମହିଳାଙ୍କ ନିକଟରେ ସମସ୍ତ ଅହ୍ୱାନର ସାମ୍ନା କରିବାକୁ ଶକ୍ତି ମଧ୍ୟ ରହିଛି । ଘୋଡା ଶକ୍ତିର ପ୍ରତୀକ ହୋଇଥିବାରୁ ସେ ଏଭଳି ଆସିବାକୁ ପସନ୍ଦ କରିଥିବା କହିଛନ୍ତି ।