Advertisment

ବାହାଘର ଭୋଜି ଖାଇ ଘରକୁ ଫେରୁଥିଲେ ବାପା-ପୁଅ, ଅଧା ବାଟରୁ ଡାକିଲା ମୃତ୍ୟୁ

ଦୁର୍ଘଟଣାରେ ଚାଲିଗଲା ବାପା ଓ ପୁଅଙ୍କ ଜୀବନ। ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପା ଓ ପୁଅଙ୍କ ମୃତ୍ୟୁ ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Accident

Accident

ଅନୁଗୁଳ: ଦୁର୍ଘଟଣାରେ ଚାଲିଗଲା ବାପା ଓ ପୁଅଙ୍କ ଜୀବନ। ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପା ଓ ପୁଅଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ଆହତ ମଧ୍ୟ ହୋଇଛନ୍ତି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ହାତୁରା ଛକ ନିକଟରେ ଗତକାଲି ଏହି ଦୁର୍ଘଟଣା ଘଟିଛି।କାର୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ବାହାଳ ଗାଁର ଭାସ୍କର ପ୍ରଧାନ ଓ ତାଙ୍କ ପୁଅ ଏକାଦଶିଆ ପ୍ରଧାନ।

Advertisment

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ ଗାଁରେ ଏକ ବାହାଘରରେ ଭାସ୍କର ଓ ଏକାଦଶିଆ ଯୋଗ ଦେଇଥିଲେ। ଭୋଜି ଖାଇ ସନ୍ଧ୍ୟାରେ ସେମାନେ ସେଠାରୁ ବାଇକ୍‌ରେ ଗାଁ ଅଭିମୁଖେ ଫେରୁଥିଲେ। କିନ୍ତୁ ବର ଘର ପକ୍ଷରୁ କୌଣସି ଏକ କାମ ବରାଦ କରାଯିବାରୁ ସେମାନେ ପୁଣି ଅଙ୍ଗାରବନ୍ଧ ଅଭିମୁଖେ ଫେରିଥିଲେ। ଆଉ ସେହି ସମୟରେ ହାତୁରା ନିକଟରେ ଏକ କାର୍ ସହିତ ସେମାନଙ୍କ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା।

ଭାସ୍କର, ଏକାଦଶିଆଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଭାସ୍କରଙ୍କର ମୃତ୍ୟୁ ଘଟିଥିଲା। ଏକାଦଶିଆଙ୍କୁ  କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ତାଙ୍କର ବି ମୃତ୍ୟୁ ହୋଇଯାଇଥିଲା। ଗୁରୁତର ନାବାଳକ ଜଣଙ୍କ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।

Advertisment
Road Accident Accident
Advertisment
Advertisment