/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646749218.jpg)
WE THE ROAD QUEEN
ମହିଳା ଦିବସରେ ମହିଳାଙ୍କ ବାଇକ ରାଲି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ WE THE ROAD QUEEN ପକ୍ଷରୁ ଭୁବନେଶ୍ୱରରେ ଏକ ବାଇକ୍ ରାଲି କରି ସଚେତନତା ବାର୍ତ୍ତା ଦେଇଛନ୍ତି ମହିଳା। ଆଇଜି ଅମିତାଭ ଠାକୁର ପତାକା ଦେଖାଇ ଏହାର ଉଦଘାଟନ କରିଥିଲେ।
୧୦ରୁ ଅଧିକ ମହିଳା ପ୍ରାୟ ୧୦ କିଲୋମିଟର ବାଇକ୍ରେ ବୁଲି ରୋଡ ସେଫ୍ଟି ଉପରେ ବାର୍ତ୍ତା ଦେଇଛନ୍ତି। ଚଳିତ ବର୍ଷ ମହିଳା ଦିବସର ଥିମ୍ ବିଟ୍ ଦ ବାଏସ ଏବଂ ରୋଡ୍ ସେଫ୍ଟିର ବାର୍ତ୍ତା ରହିଛି।
ଏନେଇ ଜଣେ ବାଇକ୍ ରାଇଡର କହିଛନ୍ତି ଯେ ନାରୀ ପୁରୁଷଙ୍କ ମଧ୍ୟରେ ଯେଉଁ ଭେଦଭାବ ରହିଛି, ତାହା ନରହୁ। ସେହି ଭେଦଭାବକୁ ଭାଙ୍ଗିବା ଦରକାର। ରାସ୍ତାରେ ଯିବା ସମୟରେ ଟ୍ରାଫିକ୍ ନିୟମ ମାନନ୍ତୁ। ନିଜେ ସୁରକ୍ଷିତ ଯିବା ସହ ଅନ୍ୟକୁ ସୁରକ୍ଷିତ ରଖନ୍ତୁ। ଏନେଇ ଆଜି ଆମେ ୧୦ କିମି ପର୍ଯ୍ୟନ୍ତ ବାଇକ ରାଲି କରିବୁ। ଲୋକଙ୍କୁ ସଚେତନ କରାଇବୁ।
ସବୁ ଝିଅ ଗାଡି ଚଳାନ୍ତୁ। ଯେଉଁମାନେ ଭାବୁଛନ୍ତି ଝିଅଙ୍କୁ ଗାଡି ଦେବାକି ନାହିଁ, ସେମାନେ ଏସବୁ ଦ୍ୱନ୍ଦ୍ୱ ଦୂର କରନ୍ତୁ। ପ୍ରାଚୀନ କାଳରୁ ନାରୀମାନେ ଶାରିରୀକ ଓ ମାନସିକ ଭାବେ ପୁରୁଷଙ୍କ ସହ ସମାନ ଥିବା ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)