• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅନୈତିକ ସମ୍ପର୍କରୁ ହତ୍ୟା । କଟକ ବିଡ଼ାନାସୀ ଭୁଆଶୁଣି ପଠା ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି କଟକ ପୋଲିସ । ଅନୈତିକ ସଂପର୍କରୁ ଆଜାଦ ଯାଦବଙ୍କୁ ହତ୍ୟା କରାଯାଇଥିଲା ବୋଲି ସୂଚନା ଦେଇଛନ୍ତି କଟକ ଡିସିପ୍ ପ୍ରତୀକ ସିଂ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୁନିଲାଲ ଓ ସହଯୋଗୀ କୈଳାସଙ୍କୁ ଗିରଫ କରାଯାଇଛି । ତେବେ ଘଟଣାରେ ସୁପାରି ଦେଇଥିବା ପଙ୍କଜକୁ ପୋଲିସ ଖୋଜୁଥିବା ସେ କହିଛନ୍ତି ।

ଗତ ଫେବ୍ରୁଆରୀ ୨୫ ତାରିଖରେ ଭୁବନେଶ୍ୱରରୁ କଟକ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ ଆଜାଦ ଯାଦବ । ପରେ କଟକ ବିଡାନାସୀ ଭୁଆଷୁଣୀ ପଠାରୁ କ୍ଷତବିକ୍ଷକ୍ତ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଥିଲା ବିଡାନାସୀ ଥାନା ପୋଲିସ । ତେବେ ଗିରଫ ପରେ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଥିଲା ପୋଲିସ । ସବୁ କିଛି ସତ କଥା ଉଗାରିଥିଲେ ଅଭିଯୁକ୍ତ ।

ସୂଚନାଯୋଗ୍ୟ ମୁଖ୍ୟ ଅଭିଯୁକ୍ତ ମୁନିଲାଲଙ୍କ ସମ୍ପର୍କୀୟଙ୍କ ସ୍ତ୍ରୀଙ୍କ ସହ ଥିଲା ବିହାରୀ ମିସ୍ତ୍ରୀ ଆଜାଦ ଯାଦବଙ୍କ ଅନୈତିକ ସମ୍ପର୍କ । ଗତବର୍ଷ ମୃତକ ତାଙ୍କୁ ନେଇ ବିହାର ଫେରାର ମାରିଥିଲେ । ହେଲେ ନିଜ ଗାଁରେ ପହଞ୍ଚିବା ପରେ ସେଠାରେ ପଞ୍ଚାୟତ ବସିଥିଲା । ପଞ୍ଚାୟତ ମୁଖ୍ୟଙ୍କ ନିଷ୍ପତ୍ତି କ୍ରମେ ମହିଳାଙ୍କୁ ତାଙ୍କ ସ୍ୱାମୀ ପାଖକୁ ପଠାଇ ଦିଆଯାଇଥିଲା । ଆଜାଦ ମଧ୍ୟ କିଛି ଦିନ ଘରେ ରହିବା ପରେ ପୁଣି ଭୁବନେଶ୍ୱର ଫେରିଥିଲେ ।

ହେଲେ ପଙ୍କଜ ଯାଦବ ମନରେ ପ୍ରତିଶୋଧର ନିଆଁ କୁହୁଳୁଥିଲା । ଆଜାଦ ମୁନିଲାଲ ପାଖରେ କାମ କରୁଥିବା ଜାଣିବା ପରେ ପଙ୍କଜ ତାଙ୍କ ପାଖରେ ପହଞ୍ଚିଥିଲେ । ଟଙ୍କା ଲୋଭ ଦେଖାଇ ମୁନିଲାଲକୁ ହତ୍ୟା ପାଇଁ ସୁପାରୀ ଦେଇଥିଲା । ଆଉ ତା’ପରେ ଯୋଜନାବଦ୍ଧ ଭାବେ ଆଜାଦକୁ ଡକାଇଥିଲା ମୁନିଲାଲ । ଏକାଠି ମଦ ପିଇବା ଆଳରେ ଆଜାଦ ମୁଣ୍ଡରେ ସୁଯୋଗ ଦେଖି ବିୟର ବୋଟଲ୍ ମାରିଥିଲେ । ତା’ପରେ ସାଥୀ ସହ ପଥରରେ ଛେଚି ଆଜାଦକୁ ହତ୍ୟା କରିଥିଲେ ।