/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646814875.jpg)
Mamita Meher Murder Case । Gobinda Sahu, His Driver Radhe Produced In Court ADJ
ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବଲାଙ୍ଗିର କଣ୍ଟାବାଂଜି ADJ କୋର୍ଟରେ ହାଜର ହେଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ପ୍ରଥମଥର ପାଇଁ ଡ୍ରାଇଭର ରାଧେଶ୍ୟାମ ସହ ଗୋବିନ୍ଦ ସାହୁଙ୍କୁ ହାଜର କରାଯାଇଛି ।
ସୂଚନା ଅନୁସାରେ, ବଙ୍ଗୋମୁଣ୍ଡା JMFC କୋର୍ଟରେ ଚାର୍ଜସିଟ କମିଣ୍ଟମେଣ୍ଟ ପରେ ହାଜର ହୋଇଛି ଗୋବିନ୍ଦ ସାହୁ । ଆଜି ଚାର୍ଜଫ୍ରେମ ହେବା ପରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହେବ ।
ଗତବର୍ଷ ଅକ୍ଟୋବର ୮ ତାରିଖରେ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ତଥା ସନସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଥିବା ନେଇ ଥାନାରେ ଏତଲା ହୋଇଥିଲା। କିଛି ଦିନ ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ମମିତାଙ୍କୁ ଅତି ନିଷ୍ଠୁର ଭାବେ ହତ୍ୟା କରିବା ପରେ ଗାତ ଖୋଳି ପୋତିଦେବା ସହ ଶବଦେହରେ ଅଭିଯୁକ୍ତ ଗୋବିନ୍ଦ ନିଆଁ ଲଗାଇଥିବା ନେଇ ଅଭିଯୋଗ ହୋଇଥିଲା । ପରେ ଖୋଳତାଡ଼ ବେଳେ ସ୍କୁଲର ମାଲିକ ତଥା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ, ମମିତାଙ୍କୁ କାର୍ରେ ହତ୍ୟା କରି ସ୍କୁଲ ଗ୍ରାଉଣ୍ଡରେ ନିଆଁ ଲଗାଇ ପୋତି ଦେଇଥିବାର ସୂଚନା ମିଳିଥିଲା। ଏହି ଘଟଣା ପଦାକୁ ଆସିବା ପରେ ସାରା ରାଜ୍ୟରେ ମମିତା ନିଆଁ ତେଜିବାରେ ଲାଗିଥିଲା। କେବଳ ଏତିକି ନୁହେଁ ଏହି ମାମଲାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)