Advertisment

ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ପଦ ଦଖଲ କରିବ କିଏ?

ଗତଥର ମଧ୍ୟ ଦଳୀୟ କନ୍ଦଳ ଯୋଗୁଁ ଦୁଇ ଭାଗ ହୋଇଯାଇଥିଲା ବିଜେଡି।

author-image
Chandan Shishu
ଅଦ୍ୟତନ ହୋଇଛି
Bhadrak Municipality Office

Bhadrak Municipality Office

ଭଦ୍ରକ(ପାର୍ଥସାରଥୀ ନାୟକ): ୩୦ଟି ପୌରପାଳିକାକୁ ନେଇ ଗଠିତ ଭଦ୍ରକ ପୌରପାଳିକା। ରୋଚକ ହେଉଛି ଭଦ୍ରକ ପୌରପାଳିକା ନିର୍ବାଚନ। ତିନି ଦଳ ପ୍ରାର୍ଥୀ ନିଜ ନିଜର ପ୍ରାର୍ଥିନୀମାନେ ନାମାଙ୍କନ ଭରିଛନ୍ତି। ଭଦ୍ରକ ପୌରପାଳିକ ନିର୍ବାଚନ ପାଇଁ ୭ଜଣ ଅଧ୍ୟକ୍ଷା ପଦ ପାଇଁ ୧୪୫ ଜଣ କାଉନସିଲର ପଦ ପାଇଁ ନାମାଙ୍କନ ଭରିଛନ୍ତି। ମୋଟ ୮୭,୩୭୭ ଭୋଟର ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ବିଜେଡି ଭିତରେ ବିଦ୍ରୋହର ସ୍ୱରରେ ଫାଇଦା ନେବ କି ବିଜେପି? ଟିକେଟ ବଣ୍ଟନକୁ ନେଇ ବିଜେଡିରୁ ଅସନ୍ତୋଷ ବଢିବା ସହିତ ଦଳ ଗୋଟିଏ ପ୍ରାର୍ଥୀ ଦେଇଥିବା ବେଳେ ଦଳରୁ ବାହାରି ଦୁଇ ଦୁଇ ଜଣ ପ୍ରାର୍ଥୀ ଚଳିତ ନିର୍ବାଚନରେ ଅଧ୍ୟକ୍ଷା ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ହେଲେ ପୌରପାଳିକାରେ ବିଜେପି ଏଥିରୁ କେତେ ଫାଇଦା ନେବ ତାହା ସମୟ କହିବ। 

Advertisment

ସମିତା ମିଶ୍ର ଶାସକ ବିଜେଡିରୁ ଅଧ୍ୟକ୍ଷା ପ୍ରାର୍ଥୀ ହୋଇଛନ୍ତି। ସମିତା ମିଶ୍ର ରାଜନୀତିରେ ନୂଆ ମୁହଁ। କିନ୍ତୁ ତାଙ୍କ ସ୍ୱାମୀ ଶିଶିର ମିଶ୍ର ଜଣେ ସମାଜସେବୀ ଭାବେ ଭଦ୍ରକରେ ବେଶ ପରିଚିତ। କରୋନା ସମୟରେ ତାଙ୍କର ସମସ୍ତ ପ୍ରକାର ସାହାଯ୍ୟ ସବୁ ବର୍ଗର ଲୋକେ ଦେଖିଛନ୍ତି। ପୂର୍ବରୁ ତାଙ୍କର କୌଣସି ରାଜନୈତିକ ସଂପର୍କ ନଥିଲେ ମଧ୍ୟ ସେ ଦଳୀୟ ଟିକେଟ ପାଇଥିବା ଯୋଗୁଁ ତାଙ୍କର ପଲ୍ଲା ଭାରି ରହିଛି । ଏକାଧିକ ଆଶାୟୀଙ୍କୁ ପଛରେ ପକାଇ ସେ ଟିକେଟ ପାଇଥିଲେ। ପଞ୍ଚାୟତ ନିର୍ବାଚନ ପରେ ପୌରପାଳିକା ପାଇଁ ନୂତନ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ତାଙ୍କ ନାମାଙ୍କନ ବେଳେ ବିଧାୟକ ଓ ସାଂସଦ ମଧ୍ୟ ଉପସ୍ଥିତ ରହିଥିଲେ। ପୌରପାଳିକା ସମସ୍ତ ପ୍ରକାର ସମସ୍ୟା ସମାଧାନ କରିବା ସହ ରାଜ୍ୟ ସରକାରଙ୍କ ଯୋଜନାକୁ ତ୍ୱରନ୍ୱିତ କରିବେ ବୋଲି କହିଛନ୍ତି।

ଅମିତା ବାଳା ଆଚାର୍ଯ୍ୟଙ୍କୁ କଂଗ୍ରେସ ଅଧ୍ୟକ୍ଷା ପାଇଁ ପ୍ରାର୍ଥୀ କରିଛି। ଦୀର୍ଘଦିନ ହେବ ବିଜେଡି ରାଜନୀତିରେ ଥିଲେ। ବିଭିନ୍ନ ପଦପଦବୀରେ ଥିଲେ। ଅମିତ ଜିଲ୍ଲା ବିଜେଡିର ସାଧାରଣ ସଂପାଦିକା ସହିତ ବିଜୁ ସ୍ମୃତି କମିଟିରେ ଅଧ୍ୟକ୍ଷା ଥିଲେ। ସେ ବାର୍‌ କାଉନସିଲର ପୂର୍ବତନ ଉପସଭାପତି ଥିଲେ। ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଥିବା ବିଜେଡି ତାଙ୍କୁ ଆଡ ନଜର କରିଥିବା ସେ ଆରୋପ କରିଛନ୍ତି । ବିଜୁ ପ୍ରେମୀ ବୋଲି ଦର୍ଶାଇ ଅମିତା ଦଳ ପାଇଁ ବର୍ଷ ବର୍ଷ ଧରି କାମ କରିଛନ୍ତି। ଦଳ ତାଙ୍କର ତ୍ୟାଗ ଓ କାମ ପ୍ରତି ଧ୍ୟାନ ନଦେବା ତାଙ୍କ ଦୁଃଖ ଦେଇଥିବା ପ୍ରକାଶ କରିଛନ୍ତି। ସାରା ରାଜ୍ୟରେ କଂଗ୍ରେସ ଯେଉଁ ସ୍ଥିତି ସେଥିରୁ ଜିତିବା ତାଙ୍କ ପାଇଁ କଷ୍ଟଦାୟକ।

Advertisment

ଗୀତାଞ୍ଜଳି ପଢିଆରୀଙ୍କୁ ବିଜେପି ତାର ଅଧ୍ୟକ୍ଷା ପଦ ପାଇଁ ପ୍ରାର୍ଥୀ କରିଛି। ପୂର୍ବରୁ ସେ ପୌରପାଳିକାର ଉପଧ୍ୟକ୍ଷା ଥିଲେ। ବିଜେପି ସେଭଳି କୌଣସି ଚତ୍ମକାର କରିବା ଆଶା ନଥିଲେ ମଧ୍ୟ ବିଜେଡି ପ୍ରାର୍ଥୀ ଓ ଦୁଇ ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀଙ୍କ କଳିରୁ ଫାଇଦା ନେବା ବୋଲି ଆଶା କରାଯାଉଛି।

ସେହିପରି ବିଜେଡିର ଗୁଲମଖୀ ଦଲାଉଜି ହବିବ ସ୍ୱାଧୀନ ପ୍ରାର୍ଥୀନୀ ହୋଇଛନ୍ତି। ବିଜେଡିରୁ ଟିକେଟ ନମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି। ସେକ ଜାହିଦ ହବିବ ଜିଲ୍ଲା ବିଜେଡି ଉପସଭାପତି ଅଛନ୍ତି କିନ୍ତୁ ଦଳୀୟ ଟିକେଟ ନମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି। ନାମାଙ୍କନ ବେଳେ ନିଜର ବିଶାଳ ରାଲିରେ ଶକ୍ତି ପ୍ରଦର୍ଶନ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ପୁରଣାବଜାର ଅଞ୍ଚଳ ସବୁବେଳେ ଅବହେଳିତ ହୋଇ ରହିଛି। ତାଙ୍କୁ କେବଳ ଭୋଟ ବ୍ୟାଙ୍କ ଭାବରେ ବ୍ୟବହାର କରାଯାଉଛି।

୨୦୧୩ ମସିହାରେ ୩୦ଟି ୱାର୍ଡରୁ ବିଜେଡି ୧୮ଟି, କଂଗ୍ରେସ ୧୧ଟି ଓ ବିଜେପି ଗୋଟିଏ ଆସନ ପାଇଥିଲେ ମଧ୍ୟ ଦଳୀୟ କନ୍ଦଳ ଯୋଗୁଁ ଦୁଇ ଭାଗ ହୋଇଗଲା ବିଜେଡି। ଶେଷରେ ଧର୍ମଗୋଳାରୁ ବିଜେଡିର ଗୋଟିଏ ଦଳ ଏଥିରେ ବାଜିମାତ କରି ଅଧ୍ୟକ୍ଷ ପଦ ହାତେଇ ଥିଲା। ରୋଚକ ହେଉଛି ପୌର ନିର୍ବାଚନ। ଆଗାମୀ ୨୬ ତାରିଖରେ ସ୍ପଷ୍ଟ ହେବ କିଏ ଦଖଲ କରିବ ଭଦ୍ରକ ପୌରପାଳିକା।

BJD BJP Congress Municipal Elections 2022
Advertisment
Advertisment