/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646796054.jpg)
Odisha ULB Poll। Scrutiny Of Nomination Papers To Be Done Today
ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଆସନ୍ତା ୧୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି ଓ ଏନ୍ଏସି ଏବଂ ୩ଟି ମହାନଗର ନିଗମ ଭୁବନେଶ୍ୱର,କଟକ, ବ୍ରହ୍ମପୁର ପାଇଁ ମତଦାନ ହେବ ।
ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ମାର୍ଚ୍ଚ ୨୬ ତାରିଖରେ ଭୋଟ ଗଣତି ହେବ।
ତେବେ ପ୍ରାର୍ଥୀପତ୍ର ଦାଖଲ ପରେ ପ୍ରାର୍ଥୀ ମାନେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ବିଭିନ୍ନ ଦଳର ପ୍ରାର୍ଥୀମାନେ ଘରକୁ ଘର ଯାଇ ଭୋଟରଙ୍କୁ ନିଜ ସପକ୍ଷରେ ବୁଝାଉଛନ୍ତି ।
ଅନ୍ୟପକ୍ଷେ, ଗତ ୭ ତାରିଖ ଦିନ ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ସରିଥିଲା । ଶେଷ ଦିନରେ ସବୁଠି ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ଭୁବନେଶ୍ୱର-କଟକ ହେଉ କି ବ୍ରହ୍ମପୁର, ଅନ୍ତିମ ତାରିଖରେ ସବୁଠି ନାମାଙ୍କନ ଦାଖଲ ପାଇଁ ମେୟରଠୁ କର୍ପୋରେଟର ପ୍ରାର୍ଥୀ ସମର୍ଥକଙ୍କୁ ଧରି ଶୋଭାଯାତ୍ରାରେ ଆସି ନୋମିନେସନ୍ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)