Advertisment

ମଣ୍ଡି ସମସ୍ୟାରେ ଅଣନିଶ୍ୱାସୀ ଚାଷୀ; ଅବ୍ୟବସ୍ଥା ଯୋଗୁଁ ଉଠିପାରୁନି ଧାନ

ମଣ୍ଡିରେ ପଡ଼ିଛି ଶହ ଶହ କ୍ୱିଣ୍ଟାଲ ଧାନ । ଅବ୍ୟବସ୍ଥା ଯୋଗୁଁ ଉଠିପାରୁନି ଧାନ । ଭଦ୍ରକ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଏହି ସମସ୍ୟା ଦେଖାଯାଇଛି । ଏହାସହ ଟୋକନ ଅବଧି ମଧ୍ୟ ସରିଆସିଲାଣି ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Mandi And Token Issues Cripple Kharif Crop Procurement In Bhadrak

Mandi And Token Issues Cripple Kharif Crop Procurement In Bhadrak

ମଣ୍ଡିରେ ପଡ଼ିଛି ଶହ ଶହ କ୍ୱିଣ୍ଟାଲ ଧାନ । ଅବ୍ୟବସ୍ଥା ଯୋଗୁଁ ଉଠିପାରୁନି ଧାନ । ଭଦ୍ରକ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଏହି ସମସ୍ୟା ଦେଖାଯାଇଛି । ଏହାସହ ଟୋକନ ଅବଧି ମଧ୍ୟ ସରିଆସିଲାଣି ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ ।

Advertisment

କେଉଁଠି ମଣ୍ଡିରେ ଧାନ ବିକ୍ରି ହୋଇପାରୁନି ତ୍ ପୁଣି କେଉଁଠି ବିକ୍ରି ହେଲା ପରେ ପ୍ରାପ୍ୟ ମିଳୁନି । ଯାହା ଏବେ ଚାଷୀଙ୍କ ସମେତ ଯୋଗାଣ ବିଭାଗର ଚିନ୍ତା ବଢ଼ାଇଛି । ଜିଲ୍ଲାର ୫ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ ବାକି ରହିଛି । ଏସବୁ କେବେ ଉଠିବ ତାକୁ ନେଇ ଅନେଇ ଚାଷୀ ବସିଛନ୍ତି ।

ଥାକ ଥାକ ହୋଇ ଥୁଆ ହୋଇଛି ଧାନ ବସ୍ତା । ବର୍ଷ ଯାକ ଯାହା ଅମଳ କରିବାକୁ ଦିନ ରାତି ଏକ କରିଥିଲା ଚାଷୀ । ଏବେ ସେସବୁ ବିକ୍ରି ହୋଇପାରୁନି କି ମଣ୍ଡିରୁ ଉଠି ପାରୁନି । ଭଦ୍ରକ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯେଉଁଠି ଧାନ ରଖି ଅପେକ୍ଷା କରି ରହିଛନ୍ତି ଚାଷୀ ।

Advertisment

ଗତ ଜାନୁଆରୀ ମାସରୁ ଚାଷୀ ଧାନ ଧରି ଆସିଥିଲେ, ଟୋକନ୍ ବି ଥିଲା ହେଲେ କାରଣ ଟାର୍ଗେଟ ପୂରଣ କରାଯାଇଥିବା କହି ବହୁ ଚାଷୀଙ୍କ ଧାନ ଉଠି ପାରିନି । ଫଳରେ ୫ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ ଏବେ ବାକି ରହିଛି । ଏତେ ପରିମାଣର ଧାନ ବାକି ରହିଥିବା ଜାଣି ପୁଣି ଧାନ ସଂଗ୍ରହ କରିବାକୁ ଜିଲ୍ଲା ପ୍ରଶାସନକୁ ଯୋଗାଣ ନିଗମ ଜଣାଇଛି ।

ଭଦ୍ରକ ଜିଲ୍ଲାରେ ଚାଷୀ ବହୁ ପୂର୍ବରୁ ଟୋକନ୍ ପାଇଛନ୍ତି । ଯାହାର ଅବଧି ଏବେ ଅବଧି ସରିବାକୁ ବସିଛି । ଯଦି ଏହାପୂର୍ବରୁ ଧାନ ସଂଗ୍ରହ ନହୁଏ ତେବେ ଆହୁରି ସମସ୍ୟା ବଢ଼ିବାର ଆଶଙ୍କା ରହିଛି । କେବଳ ଏତିକି ନୁହେଁ ବହୁ ଚାଷୀଙ୍କ ଧାନ ଖରାପ ଥିବା କହି ଫେରାଇ ବି ଦିଆଯାଇଥିବା ଅଭିଯୋଗ ହୋଇଛି । ତେଣୁ ଖରା, ବର୍ଷା, ଶୀତରେ ଧାନ ଯେତେ ବାହାରେ ରହିବ ସେତେ ସମସ୍ୟା ବଢ଼ିବ ।

ଅନ୍ୟପକ୍ଷେ, ବାକି ଥିବା ଚାଷୀଙ୍କ ଧାନ ଉଠାଇବା ପାଇଁ ପ୍ରଶାସନ ପୁଣି ବ୍ୟବସ୍ଥା କରୁଛି । ଟାର୍ଗେଟ ଆାସିଲେ ଏସବୁ ହେବ ବୋଲି ଭଦ୍ରକ ଜିଲ୍ଲାପାଳ କହିଛନ୍ତି ।

Bhadrak Mandi Problem
Advertisment
Advertisment