• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଶାସ୍ତ୍ରୀୟ ବିଧିକୁ ନ ମାନି ଅସମୟରେ ବନଯାଗ ଯାତ୍ରା । ଢେଙ୍କାନାଳ ଶରଣ ଶ୍ରୀକ୍ଷେତ୍ର ଏକଘରିଆ ଠାରେ ଦାରୁ ଚୟନ, ବନଯାଗ ଯାତ୍ରା, ନବକଳେବର ପଦ୍ଧତି ଶ୍ରୀଜଗନ୍ନାଥଙ୍କ ପରମ୍ପରାକୁ କ୍ଷୁଣ୍ଣ କରୁଥିବା ଦର୍ଶାଇ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଦଇତାପତି ସେବକ ଜଗଦୀଶ ଦାସ ଏହି ଏତଲା ଦେଇଛନ୍ତି।

ସୂଚନା ମୁତାବକ ଢେଙ୍କାନାଳ ଓଡ଼ପଡ଼ାର ଏକଘରିଆ ଗାଁରେ ଶରଣ ଶ୍ରୀକ୍ଷେତ୍ର ନିର୍ମାଣ କରାଯାଇଛି। ମନ୍ଦିରରେ ବିଗ୍ରହ ସ୍ଥାପନ ନେଇ ଦାରୁ ସଂଗ୍ରହ କରାଯିବା ପାଇଁ ଗତ କିଛି ଦିନ ତଳେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା। ତେବେ ଏହି ପୂଜାର୍ଚ୍ଚନାକୁ ନେଇ ପ୍ରଶ୍ନ ଉଠିଛି। ଶ୍ରୀମନ୍ଦିର ଜଗନ୍ନାଥଙ୍କ ମୂଳ ପୀଠ ହୋଇଥିବାରୁ ଏଠାରେ ମହାପ୍ରଭୁଙ୍କ ପରମ୍ପରା ଅନୁସାରେ ନବକଳେବର କରାଯିବା ବିଧି ରହିଛି।

ତେବେ ମୂଳ ପୀଠ ଛଡ଼ା ଅନ୍ୟକୌଣସି ସ୍ଥାନରେ ନବକଳେବର ଓ ଦାରୁ ସଂଗ୍ରହ ପ୍ରକ୍ରିୟା ଶାସ୍ତ୍ର ସମ୍ମତ ନୁହେଁ ବୋଲି କହିଛନ୍ତି ଦଇତାପତି। ସେପଟେ ଶରଣ ଶ୍ରୀକ୍ଷେତ୍ର ମନ୍ଦିର ମୁଖ୍ୟ ଚିଣ୍ଟୁ ବାବା କହିଛନ୍ତି ଜାଣିଶୁଣି କୌଣସି ଭୁଲ କରାଯାଇ ନାହିଁ।