Advertisment

ତାତିରେ ବ୍ରେକ୍‌ ଲଗାଇବ ବର୍ଷା, ୨୪ ଘଣ୍ଟାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ତାତିରେ ବ୍ରେକ୍‌ ଲଗାଇବ ବର୍ଷା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ରାଜ୍ୟର କିଛି ଜିଲ୍ଲାରେ ମେଘୁଆ ପାଗ ସହ ବର୍ଷା ହୋଇପାରେ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

author-image
Rajalaxmi Sahoo
Heavy Rainfall Alert

Rainfall Alert In Odisha

ତାତିରେ ବ୍ରେକ୍‌ ଲଗାଇବ ବର୍ଷା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁରର କିଛି ସ୍ଥାନରେ ମେଘୁଆ ପାଗ ସହ ବର୍ଷା ହୋଇପାରେ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। 

Advertisment

ସେହିପରି ୨୮ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ତେବେ ଅନ୍ୟ ଜିଲ୍ଲାମାନଙ୍କରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୯ ଓ ୩୦ ତାରିଖରେ ପାଗ ମୁଖ୍ୟତଃ ଶୁଖିଲା ରହିବାକୁ ଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ବଢ଼ିପାରେ। 

ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଏବଂ କିଛି ସ୍ଥାନରେ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ। ରାଜଧାନୀ ଭୁବନେଶ୍ୱରରେ ଆକାଶ ଆଂଶିକ ମେଘାଚ୍ଛନ ରହିବା ସମ୍ଭାବନା ରହିଛି।  ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ଥିଲା। ସେହିପରି ବଲାଙ୍ଗିରରେ ୪୦.୫ ଏବଂ ଟିଟିଲାଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। 

Advertisment
Rainfall Alert Rainfall Warning Rainfall Alert In Odisha
Advertisment
Advertisment