Advertisment

ପୌର ନିର୍ବାଚନରେ ବହୁ ହେଭିୱେଟଙ୍କୁ ଝଟକା : ଗଡ଼ ବଜାୟ ରଖିପାରିଲେନି ଅନେକ ବଡ଼ ବଡିଆ ନେତା

ରାଜନୈତିକ ସମୀକ୍ଷକଙ୍କ ମତରେ ସହରାଞ୍ଚଳ ଭୋଟ୍ ବେଳେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କ ପ୍ରତି ଅସନ୍ତୋଷ ରହିଥାଏ । ତେଣୁ ଫଳାଫଳ ଏଭଳି ହୋଇଛି । ଆଗକୁ ସେଥିରେ ସୁଧାର ନଆସିଲେଲେ ଓ ଲୋକଙ୍କ ସମସ୍ୟା ସମାଧାନ ନକଲେ ତାର ପ୍ରଭାବ ପଡିବ ।

author-image
Prangyan Parimita
ଅଦ୍ୟତନ ହୋଇଛି
Municipal Elections 2022

Municipal Elections 2022

ପୌର ନିର୍ବାଚନରେ ବହୁ ହେଭିୱେଟଙ୍କୁ ଝଟକା । ଗଡ଼ ବଜାୟ ରଖିପାରିଲେନି ଅନେକ ବଡ଼ ବଡିଆ ନେତା । କେବଳ ବିଜେପି କି କଂଗ୍ରେସ ନୁହନ୍ତି, ଶାସକ ବିଜେଡିର ହେଭିୱେଟ ବି ଅନେକ ସ୍ଥାନରେ ପୌରାଧ୍ୟକ୍ଷ ଆସନ ହାତେଇବାରେ ଫେଲ୍ ମାରିଛନ୍ତି ଶାସକ ବିଜେଡି । ପୌରାଧ୍ୟକ୍ଷ ଭୋଟ୍ ଅପେକ୍ଷା କାଉନସିଲର ଭୋଟରେ ୨ ପ୍ରତିଶତ ଅଧିକ ଭୋଟ୍ ପାଇଛି । ସେପଟେ ବିଜେପି କିନ୍ତୁ କାଉନସିଲର୍ ଅପେକ୍ଷା ଚେୟାରପର୍ସନ ଭୋଟରେ ଅଧିକ ୨ ପ୍ରତିଶତ ଭୋଟ୍ ପାଇଛି । ତେବେ ପଂଚାୟତ ଓ ପୌର ଭୋଟ୍ ଫଳ ଦୁଇ ବର୍ଷ ପରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବ ନା ନାହିଁ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Advertisment

ବିଜେଡି ୭୩, ବିଜେପି ୧୬, କଂଗ୍ରେସ ୭ ଓ ସ୍ୱାଧୀନ ୯ ପୌର ରାୟ ଆସିବା ପରେ ଏ ହେଉଛି ପୌରାଧ୍ୟକ୍ଷଙ୍କ ହିସାବ । ଭୋଟ୍ ପ୍ରତିଶତ ଦେଖିଲେ ପୌରାଧ୍ୟକ୍ଷଙ୍କ କ୍ଷେତ୍ରରେ ବିଜେଡିକୁ ୪୮ ପ୍ରତିଶତ, ବିଜେିପକୁ ୨୯ ଓ କଂଗ୍ରେସକୁ ୧୨ ପ୍ରତିଶତ ଭୋଟ୍ ମିଳିଛି । ସେହିପରି କାଉନସିଲର କ୍ଷେତ୍ରରେ ବିଜେଡି ୫୦ ପ୍ରତିଶତ, ବିଜେପି ୨୭ ଓ କଂଗ୍ରେସ୍ ୧୨ ପ୍ରତିଶତ ଭୋଟ୍ ପାଇଛି । ଅର୍ଥାତ କାଉନ୍ସିଲର୍ ଅପେକ୍ଷା ଚେୟାରପର୍ସନ ଭୋଟରେ ବିଜେପି ଅଧିକ ୨ ପ୍ରତିଶତ ଭୋଟ୍ ପାଇଛି ।

ସେହିପରି ବିଜେଡି ଚେୟାରପର୍ସନ ତୁଳନାରେ କାଉନସିଲର ଭୋଟରେ ଅଧିକ ୨ ପ୍ରତିଶତ ପାଇଛି । ଏସବୁକୁ ନେଇ ଏବେ ଆରମ୍ଭ ହୋଇଛି ତର୍ଜମା । କେଉଁଠି ପୌରାଧ୍ୟକ୍ଷ ପଦ ଗୋଟିଏ ଦଳ ହାତେଇଛି, କିନ୍ତୁ ପୌର ପରିଷଦରେ କାଉନସିଲରେ ସଂଖ୍ୟା ଅଧିକ ପାଇଛି । ବିରୋଧୀ ଦଳ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ନିର୍ବାଚନରେ ଝଟକା ଖାଇଛନ୍ତି ବହୁ ହେଭିୱେଟ୍ ନେତା ।

Advertisment

 ବିଜେଡି ସମ୍ପର୍କରେ ଆଲୋଚନା କଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଟୁକୁନି ସାହୁ, ସୁଶାନ୍ତ ସିଂ, ଶାସକ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ମନ୍ତ୍ରୀ ନବ ଦାସଙ୍କ ଭଳି ହେଭିୱେଟ୍ ନିଜ ନିଜ ଗଡ଼ ବଜାୟ ରଖିବାରେ ଫେଲ୍ ମାରିଛନ୍ତି । ଠିକ୍ ସେଭଳି ବିଧାୟକ ପ୍ରଶାନ୍ତ ମୁଦୁଲି, ସଂଜୀବ ମଲ୍ଲୀକ, ସୁଧୀର ସାମଲ, ସୌମ୍ୟରଂଜନ ପଟ୍ଟନାୟକଙ୍କ ଭଳି ନେତାଙ୍କୁ ମଧ୍ୟ ଝଟକା ଲାଗିଛି । ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ନିର୍ବାଚନ ମଣ୍ଡଳୀ ଅନୁଗୁଳରେ ବିଜେଡି ପୌରାଧ୍ୟକ୍ଷ ପଦ ହାତେଇଥିଲେ ବି ପୌର ପରିଷଦରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି ବିଜେପି । ସେହିପରି ବିଜେଡିର ଗଡ଼ କୁହାଯାଉଥିବା ଗଂଜାମ ଜିଲ୍ଲାର କୋଦଳା, ରମ୍ଭା ଓ ଛତ୍ରପୁରରେ ପୌରାଧ୍ୟକ୍ଷ ପଦ ଯାଇଛି ବିଜେପି ହାତକୁ ।

ବିଜେପି କଥା ଦେଖିଲେ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସାଂସଦ ଅପରାଜିତା ଷଡଙ୍ଗୀ, ପ୍ରତାପ ଷଡଙ୍ଗୀ, କେଭି ସିଂଦେଓ , ବସନ୍ତ ପଣ୍ଡା, ପୃଥ୍ୱୀରାଜ ହରିଚନ୍ଦନ ଓ ମନମୋହନ ସାମଲ ଭଳି ନେତାଙ୍କୁ ମଧ୍ୟ ଝଟକା ଲାଗିଛି । ତେଣେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ଭକ୍ତ ଦାସ, ସୁରେଶ ରାଉତରାୟ, ମହମ୍ମଦ ମୋକିମଙ୍କ ଭଳି ନେତାଙ୍କ ଗଡ଼ରେ କଂଗ୍ରେସ୍ ପ୍ରାର୍ଥୀ ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ଅନ୍ୟପକ୍ଷରେ ଫଳାପଳ ଆସିବାପରେ ଆରମ୍ଭ ହୋଇଛି କାଦୁଆ ଫିଙ୍ଗା ରାଜନୀତି ।

କାହିଁକି ହେଭିୱେଟଙ୍କ ଗଣିତ ଫେଲ୍ ମାରିଲା? ଭୁଲ୍ ରଣନୀତି ନା ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କ ବିରୋଧରେ ଥିବା ହାଓ୍ୱା ? ରାଜନୈତିକ ସମୀକ୍ଷକଙ୍କ ମତରେ ସହରାଞ୍ଚଳ ଭୋଟ୍ ବେଳେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କ ପ୍ରତି ଅସନ୍ତୋଷ ରହିଥାଏ । ତେଣୁ ଫଳାଫଳ ଏଭଳି ହୋଇଛି । ଆଗକୁ ସେଥିରେ ସୁଧାର ନଆସିଲେଲେ ଓ ଲୋକଙ୍କ ସମସ୍ୟା ସମାଧାନ ନକଲେ ତାର ପ୍ରଭାବ ପଡିବ ।

ପଂଚାୟତ ଓ ପୌର ନିର୍ବାଚନର ଫଳାଫଳ ଅନେକ ନେତାଙ୍କ କ୍ୟାରିୟର୍ ଉପରେ ପ୍ରଭାବ ପକାଇବ ମୁଖ୍ୟତଃ ଶାସକ ବିଜେଡି ନେତାଙ୍କ ଉପରେ । କାରଣ ଆଗକୁ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବାର ସମ୍ଭାବନା ରହିଛି । ସେତିକି ବେଳେ ଏହି ଫଳ ଏକ ମାପକାଠି ହୋଇପାରେ ।

ଭୁବନେଶ୍ୱରରୁ କ୍ୟାମେରାପର୍ସନ ପ୍ରଶାନ୍ତଙ୍କ ସହ ହରିହର ଚାନ୍ଦଙ୍କ ରିପୋର୍ଟ

Municipal Elections 2022 Odisha Municipal Elections
Advertisment
Advertisment