• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୂର୍ବତନ ଶିକ୍ଷାମନ୍ତ୍ରୀ ରିପୁନାଥ ସେଠଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ହୋଇଥିଲା । ଆଜି ସକାଳୁ ସେ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ଚିକିତ୍ସା ପାଇଁ ତାଙ୍କୁ ବରପାଲି ଏକ ଘରୋଇ ଡାକ୍ତରାଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ରିପୁନାଥ ସେଠଙ୍କ ପରଲୋକରେ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।

୧୯୫୮ ମସିହାର ଅକ୍ଟୋବର ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ରିପୁନାଥ ସେଠ । ତାଙ୍କ ବାପାଙ୍କ ନାମ ଖଗେଶ୍ୱର ସେଠ । ବରଗଡ ଜିଲ୍ଲା ବରପାଲିର ରିପୁନାଥ ସେଠ କଂଗେସରୁ ରାଜନୀତି ଆରମ୍ଭ କରିଥିଲେ । ୧୯୯୨ରେ ବରପାଲି ଏନଏସି ଚେୟାରମ୍ୟାନ୍ ଓ ୧୯୯୫ ବିଧାନସଭା ନିର୍ବାଚନରେ ବିଜେପୁର ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିଲେ । ସେତେବେଳେ ସେ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।

୨୦୧୯ ସାଧାରଣ ନିର୍ବାଚନରେ ବିଜେପୁର ଆସନରୁ କଂଗ୍ରେସ ପ୍ରାର୍ଥୀଭାବେ ଲଢିଥିଲେ । ସେ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ। ସେ ଛାତ୍ର ଓ ଯୁବନେତାଙ୍କ ପାଇଁ ପ୍ରେରଣା ଥିଲେ।