/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648361245.jpg)
ମନ୍ତ୍ରୀଙ୍କ ଗଡ଼ରେ ପଦ୍ମ
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ରେ ଫୁଟିଲା ପଦ୍ମ। ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀ ମୁକେଶ ଅଗ୍ରଓ୍ୱାଲ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ମହେଶ ସାହୁଙ୍କ ଠାରୁ ୧୦୬୪ ଖଣ୍ଡ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି ମୁକେଶ ଅଗ୍ରଓ୍ୱାଲ। ମୋଟ ୧୨ କାଉନସିଲ ମଧ୍ୟରୁ ୧୦ଟି ବିଜେଡି ଖାତାକୁ ଯାଇଥିବା ବେଳେ,ବିଜେପି ୨ଟି ଆସନ ପାଇଛି।
ତେବେ ଅଧ୍ୟକ୍ଷ ଆସନ ହାତେଇ ବିଜେପି ଜୁନାଗଡ଼ରେ ନିଜ ସ୍ଥିତି ସୁଦୃଢ କରିଛି। ଆଗାମୀ ଦିନରେ ସମସ୍ତଙ୍କୁ ନେଇ ଜୁନାଗଡ଼ ବିକାଶ ପାଇଁ ଉଦ୍ୟମ ଜାରି ରହିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ମୁକେଶ।
ଏନେଇ ବିଜୟୀ ପ୍ରାର୍ଥୀ ମୁକେଶ ଅଗ୍ରୱାଲ କହିଛନ୍ତି ଯେ ଆଜି ଏ ବିଜୟ ହେଉଛି ଜୁନାଗଡ଼ବାସୀଙ୍କର। ଏଠାକାର ମା ଓ ଭଉଣୀଙ୍କର ଏହି ବିଜୟ। ମୋର ବିଜୟକୁ ସେମାନଙ୍କ ନିକଟରେ ସମର୍ପିତ କରୁଛି। ଏଠି ସରକାରୀ କଳ, ଅର୍ଥ ବଳ ଓ ବାହୁ ବଳ କାମ ଦେଇନି। ଆଗମୀ ଦିନରେ ଲୋକେ କିଭଳି ନ୍ୟାୟ ପାଇବେ ଓ ସେମାନଙ୍କୁ ସୁବିଧା ସୁଯୋଗ ମିଳିବ, ସେଦିଗରେ ମୁଁ ପଦକ୍ଷେପ ନେବି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)