Advertisment

ନଷ୍ଟ ହେବାକୁ ବସିଛି ଉଠାଜଳସେଚନ ପ୍ରକଳ୍ପ, କୋଟି କୋଟି ଟଙ୍କାର ସଂପତ୍ତି ହରିଲୁଟ୍ ଅଭିଯୋଗ

ଅବ୍ୟବସ୍ଥା ଭିତରେ ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲ ଉପରେ ନିର୍ମାଣ କରାଯାଇଥିବା ଉଠାଜଳସେଚନ ପ୍ରକଳ୍ପ । ସରକାର କା ମାଲ୍ ଦରିଆ ମେ ଡାଲ୍ ନୀତିରେ କୋଟି କୋଟି ଟଙ୍କାର ସଂପତ୍ତି ହରିଲୁଟ୍ ହେଉଥିବା ଅଭିଯୋଗ ହୋଇଛି । ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି ଉଠାଜଳସେଚନ ପ୍ରକଳ୍ପ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Billions of dollars in assets were allegedly looted

Billions of dollars in assets were allegedly looted

ଅନୁଗୋଳ ଜିଲ୍ଲାରୁ ଢେଙ୍କାନାଳ ଦେଇ ଯାଜପୁର ଜିଲ୍ଲାକୁ ସଂଲଗ୍ନ ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲ । ଚାଷୀଙ୍କ ସୁବିଧା ପାଇଁ ଢେଙ୍କାନାଳ ପରଜଙ୍ଗ ଓ କାମାକ୍ଷାନଗର ବ୍ଲକରେ ଉଠା ଜଳସେଚନ ୧୯ଟି ପ୍ରକଳ୍ପ ବାମ ପାର୍ଶ୍ୱ କେନାଲ ଉପରେ ନିର୍ମାଣ ହୋଇଛି । ତେବେ ଏଠି ପ୍ରାୟ ପ୍ରକଳ୍ପରେ ଟ୍ରାନ୍ସଫର୍ମର ନାହିଁ, ପାଇପ୍ ମୋଟର ନାହିଁ । ଘର ଗୁଡିକରୁ ମେସିନ୍, ଇଲେକଟ୍ରୋନିକ୍ସ ସାମଗ୍ରୀ ଗାଏବ।

Advertisment

ପ୍ରକଳ୍ପ ତିଆରି ପରଠୁ ବିଭାଗୀୟ ଅଧିକାରୀଙ୍କ ଦେଖା ନାହିଁ । ଉଭୟ ଖରିଫ ଓ ରବି ଋତୁରେ ଚାଷଜମିକୁ ଜଳସେଚନ ହେଉଥିବା କେବଳ କାଗଜ କଲମରେ ସୀମିତ । ଏନେଇ ଚାଷୀମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେବି ସ୍ଥିତି ଯଥା ପୂର୍ବଂ ତଥା ପରଂ ।

୧୯୯୭-୯୮ ମସିହାରୁ ନିର୍ମାଣ ହୋଇଥିବା ଏହି କେନାଲର କାମ ଏବେଯାଏ ସରିପାରୁନି । କେନାଲରେ ଜଳ ପ୍ରବାହ ଥିଲେ ମଧ୍ୟ ଚାଷୀ ମୁନ୍ଦେ ପାଣି ପାଇପାରୁନଥିବା ଅଭିଯୋଗ କରିଛନ୍ତି । ୧୯ଟି ପ୍ରକଳ୍ପରୁ ୧୭ଟି ଅଚଳ ରହିଛିା  ଅନ୍ୟ ୨ଟି କେବଳ କାଗଜ କଲମରେ ଚାଲିଛି । ତେଣେ ଖୁବ ଶୀଘ୍ର ସବୁ ପ୍ରକଳ୍ପ କାମ ତ୍ୱରାନ୍ୱିତ କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି କାମାକ୍ଷାନଗର ଉପଜିଲ୍ଲାପାଳ ।

Advertisment
Anugul Irrigation Projects
Advertisment
Advertisment