• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସଦସ୍ୟତା ସଂଗ୍ରହ ଅଭିଯାନକୁ ଜୋରଦାର କରିବା ପାଇଁ କଂଗ୍ରେସର ପ୍ରୟାସ 

ଓଡ଼ିଶାରେ ସଂଗଠନ ସୁଦୃଢ କରିବାକୁ କଂଗ୍ରେସର ବ୍ଲୁ ପ୍ରିଣ୍ଟ୍ । ଓଡ଼ିଶାରେ ସଦସ୍ୟତା ସଂଗ୍ରହ ଅଭିଯାନ ଜୋରଦାର କରିବ କଂଗ୍ରେସ। ଅଫଲାଇନ୍ ସହ ଏଣିକି ଅନଲାଇନରେ କଂଗ୍ରେସ କରିବ ମେମ୍ବରସିପ୍ ସଂଗ୍ରହ । ଏହି ଅଭିଯାନ ଗତ ନଭେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଆଗକୁ ମଧ୍ୟ ଜାରି ରହିବ । ତେବେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଯେଉଁମାନେ ସଦସ୍ୟତା ଗ୍ରହଣ କରିଥିବେ ସେମାନେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇପାରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ମାର୍ଚ୍ଚ ୩୧ ପରେ କଂଗ୍ରେସ ସାଙ୍ଗଠନିକ ଇଲେକ୍ସନ ପ୍ରକ୍ରିୟା ଆରମ୍ଭ କରିବ । ପ୍ରଥମେ ବ୍ଲକ କଂଗ୍ରେସ କମିଟି ଓ ପରେ ଜିଲ୍ଲା କଂଗ୍ରେସ କମିଟି ଗଠନ ହେବ ଅଗଷ୍ଟରେ ପ୍ରଦେଶ କଂଗ୍ରେସ କମିଟି ନିର୍ବାଚନ ହେବ ଅନ୍ୟପଟେ ସରକାର ବିରୋଧରେ ଥିବା ବିଭିନ୍ନ ପ୍ରସଂଗକୁ ନେଇ ଧାରଣାକୁ ଓହ୍ଲାଇବା ସହ ଲୋକଙ୍କ ପାଖକୁ ଯିବ କଂଗ୍ରେସ ।

ମହଙ୍ଗା ମୁଦ୍ଦାକୁ ମୁଖ୍ୟ ପ୍ରସଙ୍ଗ କରିବ ଦଳ । ମାର୍ଚ୍ଚ ୩୧ରେ ମେହେଙ୍ଗାଇ ମୁକ୍ତ ଭାରତ ଅଭିଯାନ ନାଁରେ ବ୍ଲକ୍ ସ୍ତରରେ ଦଳ ପକ୍ଷରୁ ଧାରଣା ଓ ବିକ୍ଷୋଭ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ୨ ଏପ୍ରିଲରୁ ୪ ଏପ୍ରିଲ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ଏବଂ ୭ ଏପ୍ରିଲରେ ରାଜ୍ୟସ୍ତରରେ ଭୁବନେଶ୍ବରରେ ହେବ ପ୍ରତିବାଦ । ଏ ନେଇ ସୂଚନା ଦେଇଛନ୍ତି ଦଳର ବରିଷ୍ଠ ସାଂସଦ ତଥା ଓପିସିସି ଲୋକ ସଂପର୍କ ଅଧିକାରୀ ନୀରଜ ଡାଙ୍ଗି ।