ନୂଆ ରାଜ୍ୟ ଜଳ ନୀତି ଆଣିବେ ମୋହନ ସରକାର । ୫ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମି ସେଚନ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛୁ । ଚଳିତ ବର୍ଷ ୨ ଲକ୍ଷ ୭୭ ହଜାର ହେକ୍ଟର ଜମିକୁ ଜଳସେଚନ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ରାଜ୍ୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତାରେ ଅହେତୁକ ବିଳମ୍ବ ସାଙ୍ଗକୁ ଲକ୍ଷ ଲକ୍ଷର ହରିଲୁଟ୍ । ସିଏଜି ଧରିବା ପରେ, ଚାଷୀଙ୍କ ପ୍ରତି ସରକାରଙ୍କ ଆନ୍ତରିକତା ଓ ପାରିବା ପଣିଆ ଉପରେ ଉଠିଛି ପ୍ରଶ୍ନ ।
ଅବ୍ୟବସ୍ଥା ଭିତରେ ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲ ଉପରେ ନିର୍ମାଣ କରାଯାଇଥିବା ଉଠାଜଳସେଚନ ପ୍ରକଳ୍ପ । ସରକାର କା ମାଲ୍ ଦରିଆ ମେ ଡାଲ୍ ନୀତିରେ କୋଟି କୋଟି ଟଙ୍କାର ସଂପତ୍ତି ହରିଲୁଟ୍ ହେଉଥିବା ଅଭିଯୋଗ ହୋଇଛି । ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି ଉଠାଜଳସେଚନ ପ୍ରକଳ୍ପ ।