• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରଖିଲେ ପ୍ରତିଶ୍ରୁତି, ଖୋଳିଲେ ନଳକୂପ । କଥା ଦେଇ କଥା ରଖିଲେ ପରାଜିତ ପ୍ରାର୍ଥୀ । ନିର୍ବାଚନ ସମୟରେ ନେତା ଦେଇଥିବା ପ୍ରତିଶ୍ରୁତି ବିଜୟୀ ହେବା ପରେ କିଏ ପୂରଣ କରିଥାନ୍ତି ତ ଆଉ କିଏ କିଏ ପୂରଣ କରିନଥାନ୍ତି । କିନ୍ତୁ ମାଲକାନଗିରି ପୌରପରିଷଦରେ ଦେଖିବାକୁ ମିଳିଛି ଭିନ୍ନ ଏକ ଚିତ୍ର । ମ୍ୟୁନିସପାଲଟିରେ ବିଜେଡିକୁ କଡା ଟକ୍କର ଦେଇ କଂଗ୍ରେସର ଜି.ଶ୍ରୀନିବାସ ପରାସ୍ତ ହେବା ପରେ ମଧ୍ୟ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି ।

ନିର୍ବାଚନ ସମୟରେ ଚେୟାରମ୍ୟାନ ପ୍ରାର୍ଥୀ ଜି.ଶ୍ରୀନିବାସ ମ୍ୟୁନିସପାଲଟିରେ ବିଭିନ୍ନ ସାହିରେ ୧୦ଟି ନଳକୂପ କରିବା ପାଇଁ ଦେଇଥିଲେ ପ୍ରତିଶ୍ରୁତି । କିନ୍ତୁ ବିଜୟୀ ନହେଲେ ମଧ୍ୟ ଜି.ଶ୍ରୀନିବାସ ନିଜର ପ୍ରତିଶ୍ରୁତି ପାଳନ କରି ଆରମ୍ଭ କରିଛନ୍ତି ନଳକୂପ ଖନନ । ସଂପୂର୍ଣ୍ଣ ନିଜସ୍ୱ ଖର୍ଚ୍ଚରେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଆଜି ପ୍ରଥମେ ଜିଲ୍ଲାପାଳଙ୍କ ବାସ ଭବନ ମାତ୍ର ଶହେ ମିଟର ଦୁରର ରହିଥିବା ସାହିରେ ଖୋଳିଛନ୍ତି ନଳକୂପ । ଆଗାମୀ ଦିନରେ ମୋଟ ୧୦ଟି ନଳକୂପ ଖୋଳାଯିବ ବୋଲି ଜି.ଶ୍ରୀନିବାସ କହିଛନ୍ତି ।

ବର୍ଷ ବର୍ଷ ଧରି ପ୍ରଶାସନ ଶୁଣୁନଥିବା ବେଳେ ପରାଜିତ ପ୍ରାର୍ଥୀ କଂଗ୍ରେସର ଜି.ଶ୍ରୀନବାସ ନଳକୂପ ଖନନ କରିବାକୁ ବେଶି ଖୁସି ଅଛନ୍ତି ବସ୍ତି ବାସିନ୍ଦା । ଏପରିକି ଗତକାଲି ମ୍ୟୁନିସପାଲଟି ଚେୟାରମ୍ୟାନର ଶପଥ ଗ୍ରହଣ ଉତ୍ସବରେ ମଧ୍ୟ ଜି.ଶ୍ରୀନିବାସ ନିଜ ସମର୍ଥକମାନଙ୍କ ସହ ଯାଇ ଚେୟାରମ୍ୟାନକୁ ଶୁଭେଚ୍ଛା ଜଣାଇବା ସହ ମ୍ୟୁନିସପାଲଟିର ଉନ୍ନତି ପାଇଁ ମିଳିମିଶି କାର୍ଯ୍ୟ କରିବା ବୋଲି ଦେଇଛନ୍ତି ପ୍ରତିଶ୍ରୁତି ।

ଯିତେନ୍ଦ୍ର ବେଉରା, ମାଲକାନଗିରି