Advertisment

ଶେଷ ହେଲା ଓଡ଼ିଶାର ୩ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ, ବିଦାୟକାଳୀନ ସମ୍ବୋଧନ ଦେଲେ ପ୍ରଧାନମନ୍ତ୍ରୀ

ଶେଷ ହେଲା ଓଡ଼ିଶାର ୩ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ । ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ଭାସ୍କର ରାଓ ଏବଂ ସସ୍ମିତ ପାତ୍ର । ସାଂସଦ ଭାବେ ଏହି ତିନି ଜଣଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି ।

author-image
Pallipuspa Samal
ଅଦ୍ୟତନ ହୋଇଛି
The term of three Rajya Sabha members

The term of three Rajya Sabha members

ଶେଷ ହେଲା ଓଡ଼ିଶାର ୩ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ । ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ଭାସ୍କର ରାଓ ଏବଂ ସସ୍ମିତ ପାତ୍ର । ସାଂସଦ ଭାବେ ଏହି ତିନି ଜଣଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି । ରାଜ୍ୟସଭାର ମୋଟ ୭୨ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଆଜି ସେମାନଙ୍କୁ ବିଦାୟକାଳୀନ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସେମାନଙ୍କ ଅଭିଜ୍ଞତା ଦ୍ୱାରା ସଂସଦ ବହୁତ ଲାଭବାନ ହୋଇଛି।

Advertisment

ସେମାନେ ପୁଣି ଥରେ ଉଚ୍ଚ ସଦନକୁ ଆସିବା ଉଚିତ । ଯେଉଁମାନଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସର ପି.ଚିଦାମ୍ବରମ, ଜୟରାମ ରମେଶ, ବିଜେପିର ନିର୍ମଳା ସୀତାରମଣ, ପୀୟୁଷ ଗୋୟଲ, ସୁବ୍ରମଣ୍ୟମ ସ୍ୱାମୀ, ରୁପା ଗାଙ୍ଗୁଲି, ଏମ୍ଜେ ‌ଆକ୍ୱର । ସେହିପରି କ୍ରୀଡ଼ାବିତ ମ୍ୟାରିକମ୍‌ଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି । ଆଜି ନିଜେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସସ୍ମିତ ପାତ୍ରଙ୍କୁ ପ୍ରଶଂସା କରିଛନ୍ତି ।

Rajya Sabha Members From Odisha
Advertisment
Advertisment