• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନା ଲାଗି ଗଠନ ହୋଇଛି ଗୃହ କମିଟି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ୮ ଜଣିଆ ଗୃହ କମିଟି । ଯେଉଁଥିରେ ସଦସ୍ୟ ରହିଛନ୍ତି ନରସିଂହ ମିଶ୍ର, ଦେବୀ ମିଶ୍ର, ବିକ୍ରମ ଅାରୁଖ, ପ୍ରତାପ ଜେନା, ଜୟନ୍ତ ଷଡ଼ଙ୍ଗୀ, ଅତନୁ ସବ୍ୟସାଚୀ ନାୟକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ । ପୂର୍ବରୁ ବିରୋଧୀ ଗୃହ କମିଟି ଗଠନ ପାଇଁ ଦାବି କରିଥିଲା । ଏହାପରେ ରାଜ୍ୟ ସରକାର ଦାବି ଉପରେ ରାଜି ହୋଇଥିଲେ ଏବଂ ଆଜି ଗଠନ ହୋଇଛି ବିଧାନସଭା ଗୃହ କମିଟି ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ ଖନନ ଓ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏହାକୁ ନେଇ ବିଧାନସଭାରେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଉଦବେଗ ବ୍ୟକ୍ତ କରିଥିଲେ । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଏନେଇ ଆଜି ଲୋକସଭାରେ ଉଦବେଗ ବ୍ୟକ୍ତ କରିବା ସହ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡ଼ିଥିଲେ ।

ଅବଶ୍ୟ ଶ୍ରୀମନ୍ଦିର ପାଖରେ ୪ଟି ଶୌଚାଳୟ ନିର୍ମାଣ କରାଯାଉଛି ବୋଲି କହି ବିଜେଡି ସାଂସଦ ପିନାକୀ ମିଶ୍ର ଖୋଲାଖୋଲି ଭାବେ ମନ୍ଦିରର ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ ବୋଲି ଫାଙ୍କି ଦେଇଥିଲେ । ମାତ୍ର ବିଧାନସଭାରେ ମାର୍ଚ୍ଚ ୨୯ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ତଦାରଖ ନିମନ୍ତେ ବିଧାନସଭା ଗୃହ କମିଟି ଗଠନ କରିବାକୁ ରାଜ୍ୟ ସରକାର ସହମତି ଜଣାଇଥିଲେ । ସେହି ଆଧାରରେ ଆଜି ଗୃହ କମିଟି ଗଠନ ହୋଇଛି । ଏହି କମିଟି ସହ ବିଧାନସଭାର ବିଭିନ୍ନ କମିଟି ମଧ୍ୟ ଗଠନ କରାଯାଇଛି ।

ଲୋକସଭାରେ ଉଠିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ । ପ୍ରସଙ୍ଗ ଉଠାଇଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । NMA ଅନୁମତି ବିନା ଖନନ କାଯର୍ୟ ଚାଲିଥିବା ଅଭିଯୋଗ କଲେ । ଲୋକସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇ NMA ଅନୁମତି ବିନା ଖନନ କାର୍ଯ୍ୟ ଚାଲିଥିବା ଅଭିଯୋଗ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି ବେଆଇନ ଭାବେ ଶହେ ମିଟର ପରିଧି ଭିତରେ ବ୍ୟାପକ ଖନନ ଚାଲିଛି । ରାଜ୍ୟ ସରକାର ନିଷିଦ୍ଧାଞ୍ଚଳ ମଧ୍ୟରେ ଖନନ କାର୍ଯ୍ୟ ଚଳାଇଛନ୍ତି । ବିକାଶ କାର୍ଯ୍ୟ ହେଉ, କିନ୍ତୁ ଆଇନ ପରିଧି ମଧ୍ୟରେ ହେଉ ବୋଲି ଅପରାଜିତା କହିଛନ୍ତି । ଏଥିସହ ଶହେ ମିଟର ପରିଧିରେ ଚାଲିଥିବା ଅବୈଧ ଖନନକୁ ବନ୍ଦ କରାଯାଉ ବୋଲି ସେ ଦାବି କରିଛନ୍ତି ।