/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648731234.jpg)
CAG Reports
ସିଏଜି ରିପୋର୍ଟରେ ରାଜ୍ୟର ଆର୍ଥିକ ସ୍ଥିତି ନେଇ ସୂଚନା । ୨୦୨୦-୨୧ ଘରୋଇ ଉତ୍ପାଦ (GSDP) ୫,୦୯,୫୭୪ କୋଟି ଟଙ୍କା । GSDPରେ ସେବା କ୍ଷେତ୍ର ପାଇଁ ୩୭.୧୬ ପ୍ରତିଶତ ଯୋଗଦାନ ଥିବା ରିପୋର୍ଟରେ ଦର୍ଶାଯାଇଛି । ସେହିଭଳି ଶିଳ୍ପ ପାଇଁ ୩୧.୭୩% ଓ କୃଷି ପାଇଁ ୧୮.୬୧% ଯୋଗଦାନ ରହିଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି ।
Advertisment
ଏହାସହ ୯୦୭୬ କୋଟି ଟଙ୍କାର ରାଜସ୍ୱ ବଳକା ହାସଲ ହୋଇଥିବା ରିପୋର୍ଟ କହୁଛି । ଆର୍ଥିକ ନିଅଣ୍ଟ ୯୭୮୬ କୋଟି ଟଙ୍କା ରହିଥିବା ବେଳେ ଆର୍ଥିକ ନିଅଣ୍ଟ GSDPର ମାଇନସ ୧.୯୨ ପ୍ରତିଶତ ରହିଥିବା ସୂଚନା ରହିଛି । ୨୦୨୦-୨୧ ବର୍ଷରେ ରାଜସ୍ୱ ପ୍ରାପ୍ତି ୧,୦୪,୩୮୭ କୋଟି ଟଙ୍କା । ଯାହାକି GSDPର ୨୦.୪୯ ପ୍ରତିଶତ । ତେବେ ରାଜସ୍ୱ ବ୍ୟୟ ୯୫୩୧୧ କୋଟି ଟଙ୍କା ରହିଥିବା ବେଳେ ଏହା GSDPର ୧୮.୭୦ ପ୍ରତିଶତ ବୋଲି କୁହାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)