Advertisment

ନାରାୟଣପାଟଣା ଛେଳିକୁ ମିଳିପାରେ ଜାତୀୟ ମାନ୍ୟତା

ନାରାୟଣପାଟଣା ଛେଳିକୁ ମିଳିପାରେ ଜାତୀୟ ମାନ୍ୟତା । କେନ୍ଦ୍ର ସରକାରଙ୍କ ଏନଭିଏଜିଆର ଦୁଇ ଜଣିଆ ବିଶେଷଜ୍ଞ ଦଳ ଏନେଇ ନାରାୟଣପାଟଣା ଅଞ୍ଚଳରେ ଛେଳି ମାନଙ୍କ ରକ୍ତ ନମୁନା ସଂଗ୍ରହ କରିଛନ୍ତି ।

author-image
Pallipuspa Samal
Narayanpatna goat can get national status

Narayanpatna goat can get national status

ନାରାୟଣପାଟଣା ଛେଳିକୁ ଜାତୀୟ ମାନ୍ୟତା ମିଳିବାରା ସମ୍ଭାବନା ରହିଛି ।ଏନେଇ କେନ୍ଦ୍ର ସରକାରଙ୍କ ଏନଭିଏଜିଆର ଦୁଇ ଜଣିଆ ବିଶେଷଜ୍ଞ ଦଳ ଏନେଇ ନାରାୟଣପାଟଣା ଅଞ୍ଚଳରେ ଛେଳି ମାନଙ୍କ ରକ୍ତ ନମୁନା ସଂଗ୍ରହ କରିଛନ୍ତି । ଏହାସହ ଛେଳିର ରଙ୍ଗ, ଉଚ୍ଚତା, ଶାରୀରିକ ଗଠନ ଆଦିକୁ ତଦାରଖ କରିଛନ୍ତି ବିଶେଷଜ୍ଞ ଦଳ । ତେବେ ସବୁ ପ୍ରକାର ମାନଦଣ୍ଡ ପୂରଣ କରିପାରିଲେ ନାରାୟଣପାଟଣା ଛେଳିକୁ ଜାତୀୟ ମାନ୍ୟତା ମିଳିବାରା ସମ୍ଭାବନା ରହିଛି ।

Advertisment

ଏନେଇ ପ୍ରାଣୀବିଭାଗ ଉଦ୍ୟମ ଜାରି ରଖିଥିବା ବେଳେ, ନିକଟରେ ରାଜ୍ୟସ୍ତରୀୟ ଟିମ୍ ମଧ୍ୟ ନମୁନା ସଂଗ୍ରହ କରିଥିଲା । ସ୍ଥାନୀୟ ଅଞ୍ଚଳର ଛେଳି ପ୍ରଜାତିର ରୋଗ ପ୍ରତିରୋଧକ ଶକ୍ତି ଅଧିକା ରହିବା ସହ ମାଂସର ଗୁଣବତ୍ତା ମଧ୍ୟ ବେଶ ଭଲ ରହିବ । ସେହିପରି ବର୍ଷକୁ ଦୁଇରୁ ଅଧିକ ଛୁଆ ଜନ୍ମ ଦେଉଥିବାରୁ ଏହି ପ୍ରଜାତିର ଛେଳି ଚାଷୀଙ୍କୁ ବେସ୍ ଲାଭ ଦେଇଥାନ୍ତି । ଏଣୁ ଜାତୀୟ ମାନ୍ୟତା ମିଳିଲେ ଚାଷୀଙ୍କ ରୋଜଗାର ବଢିବା ସହ ଜାତୀସସ୍ତରରେ ନାରାୟଣପାଟଣାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ।

Narayanpatna Goat
Advertisment
Advertisment