ଆଜି ପବିତ୍ର ସୁନିଆ ଉତ୍ସବ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆଜିଠାରୁ ଆରମ୍ଭ ହୋଇଛି ୧୪୩୦ ସାଲ ୬୫ ଅଙ୍କର ପ୍ରବେଶ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନା ଲାଗି ଗଠନ ହୋଇଛି ଗୃହ କମିଟି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ୮ ଜଣିଆ ଗୃହ କମିଟି ।
ଦର୍ଶନ ଆତୁର ଭକ୍ତଙ୍କ ଧୈର୍ଯ୍ୟଚ୍ୟୁତିର ଚରମ ଚିତ୍ର । ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ୍ ଭାଙ୍ଗିଲେ । ଶ୍ରୀମନ୍ଦିର ଭିତରକୁ ଧସେଇ ପଶିଲେ ଭକ୍ତ । ପୁରା ଦଳାଚକଟା ଭଳି ସ୍ଥିତି ପୋଲିସ୍ କି ସେବାୟତ ସମସ୍ତେ ଅସହାୟ । ଚାହିଁଲେ ବି କେହି ଅଟକାଇ ପାରୁନାହାନ୍ତି ।
କୋଭିଡ୍ ସଂକ୍ରମଣ ବଢିବା ପରେ ଜାନୁଆରୀ ୧୦ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ମନ୍ଦିର ଖୋଲିବା ନେଇ ଦାବି ଜୋର ଧରିଛି । ଆଜି ଛତିଶା ନିଯୋଗ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇପାରେ ।
ଏବେ ଜଗନ୍ନାଥଙ୍କ ଜମି ଉପରେ ମାଫିଆଙ୍କ ଆଖି । ମିଛ ଚିଠିରେ କିସମ ପରିବର୍ତ୍ତନ କରିବାକୁ ଯାଉଥିଲେ ।
ପୁରୀ : ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଶ୍ରୀମନ୍ଦିରର ଦ୍ୱିତୀୟ ଭୋଗ ମଣ୍ଡପ ନୀତି ସରିବା ପରେ ଦତ୍ତମହାପାତ୍ର ସେବକ ମହାପ୍ରଭୁଙ୍କୁ ବନକଲାଗି କରିବା ପାଇଁ ଭିତରକୁ ପ୍ରବେଶ କରିବେ। ଏଥିପାଇଁ ୪ଘଣ୍ଟା ଦର୍ଶନ ବନ୍ଦ ରହିବ। ଅପରାହ୍ନ ସାଢେ ୩ଟାରୁ ସାଢେ ୭ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ସମୟ ନିର୍ଘଣ୍ଟ କରାଯାଇଛି।
ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରତ୍ନଭଣ୍ଡାର ଖୋଲିବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିବାବେଳେ କେବେ ଖୋଲାଯିବ ସେନେଇ ନିଷ୍ପତ୍ତି ହୋଇପାରିନାହିଁ। ତେବେ ବୈଠକରେ ରତ୍ନଭଣ୍ଡାର ପ୍ରବେଶ ଲାଗି ନୀତି ନିର୍ଦ୍ଧାରଣ ହୋଇଛି। ତା’ ସହ ରତ୍ନଭଣ୍ଡାରକୁ କେଉଁମାନେ ଯିବେ ସେନେଇ ଏକ ୧୦ ଜଣିଆ ତାଲିକା ପ୍ରସ୍ତୁତ କରାଯାଇଛି। ସେମାନେ ହେଲେ ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଡ଼ଉ କରଣ, […]