ପ୍ଲିଜ୍ ପ୍ଲିଜ୍ ମତେ ଜମା ପଚାରନା। ମୋ ପାଟି ଥରିବ...ଏମିତିରେ ବି ଏ ୱାର୍ଡରେ ମୋ ଘର ନୁହେଁ । ମାରିଦେଲୁରେ ନାରଣ। ଆମେ କଣ ୱାର୍ଡ ୱାରି ପଚାରୁଛୁ ? ଆମେ ପଚାରୁଛୁ ଉତ୍କଳ ଦିବସ ପାଳନ ହୁଏ କାହିଁକି ? ଆଉ ତୁମେ ଏମିତି ଛାଟିପିଟି କାହିଁକି ହେଉଛ?
ଭାରତ ସ୍ୱାଧିନତା ପୂର୍ବରୁ ସମ୍ବଲପୁରରେ ଓଡିଆ ଭାଷା ବଦଳରେ କୋର୍ଟ କଚେରୀରେ ହିନ୍ଦି ଭାଷା ପ୍ରଚଳନ ଉଦ୍ୟମକୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ। ପରେ ପରେ ଓଡିଶାର ବିଭିନ୍ନ ପ୍ରାନ୍ତକୁ ବ୍ୟାପିଥିଲା।
ମହାମନିଷୀମାନଙ୍କ ଆପ୍ରାଣ ଉଦ୍ୟମ ଫଳରେ ଆଜକୁ ୮୬ ବର୍ଷ ତଳେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ପ୍ରତିଷ୍ଠା ହୋଇଥିଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ। ଯେଉଁମାନଙ୍କ ଯୋଗୁଁ ଆମେ ଆଜି ଓଡିଆ ଜାତି ବୋଲି ମୁଣ୍ଡ ଟେକିଛେ, ଗର୍ବ କରୁଛେ, କହିବାକୁ ଗଲେ ଯିଏ ଗଢିଥିଲେ ଓଡ଼ିଶା, ସେଇମାନଙ୍କ ମଧ୍ୟରୁ କିଛି ବରପୁତ୍ରମାନଙ୍କ ଜନ୍ମମାଟି କିପରି ଅଛି ଆସନ୍ତୁ ଜାଣିବା।
ଓଡିଆ ସାହିତ୍ୟର କିଟସ୍ କହିଲେ ଗଙ୍ଗାଧର ମେହେରଙ୍କୁ ବୁଝାଯାଏ। ମେହେର ହେଉଛନ୍ତି ଜଣେ ବିରଳ ବ୍ୟକ୍ତିତ୍ୱ ଓ ସମଗ୍ର ଓଡିଆ ସାହିତ୍ୟ ଶୃଙ୍ଖଳାର କବିମାନଙ୍କ ମଧ୍ୟରେ ଅନନ୍ୟ।
ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଭାଷା, ସ୍ୱାସ୍ଥ୍ୟ ଏବଂ ପ୍ରଶାସନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଥିଲେ। ତାଙ୍କ ଶାସନ ସମୟରେ ରୂପ୍ସା-ବାରିପଦା ମଧ୍ୟରେ ନାରୋ ଗଜ୍ ରେଲ୍ୱେ ଆରମ୍ଭ ହୋଇଥିଲା।
ଊନବିଂଶ ଶତାବ୍ଦୀର ଦ୍ୱିତୀୟ ଭାଗ ଦେଶର ବିଭିନ୍ନ ଅଞ୍ଚଳରେ ମହାମାନବ ଓ ମହିୟସୀ ମହିଳାଙ୍କୁ ଜନ୍ମ ଦେଇଥିଲା। ଉତ୍କର୍ଷ, ସାମାଜିକ ସଂସ୍କାର, ଶିକ୍ଷା, ଆଇନ ଏବଂ ସାହିତ୍ୟ କ୍ଷେତ୍ର ଚମତ୍କାର ଥିଲା। ଗୋପବନ୍ଧୁ ଦାସ ଥିଲେ ଏପରି ଜାତି ନିର୍ମାତାଙ୍କ ମଧ୍ୟରୁ ଅନ୍ୟତମ।
ଭାରତ ସ୍ଵାଧୀନତାର ବହୁ ବର୍ଷ ପୂର୍ବରୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଗଠନ କରାଯାଇଥିଲା। ୧୮୬୬ରେ ଆରମ୍ଭ ହୋଇଥିବା ଆନ୍ଦୋଳନ ୧୯୦୩ରେ ବିଶାଳ ରୂପ ନେଇଥିଲା। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ବ୍ୟକ୍ତିବିଶେଷମାନେ ଏହି ଜାତୀୟତାବାଦ ଅନ୍ଦୋଳନକୁ ଆଗେଇ ନେଉଥିଲେ।
ଊନବିଂଶ ଶତାବ୍ଦୀ ଶେଷ ଓ ବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ସେ ଓଡିଆ ସାହିତ୍ୟର ବିକାଶ ନିମନ୍ତେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଫକୀରମୋହନ। ଓଡିଆ ଜାତୀୟତା ଓ ଆଧୁନିକ ଓଡିଆ ସାହିତ୍ୟର ସ୍ରଷ୍ଟା ଭାବେ ଫକୀରମୋହନ ସେନାପତିଙ୍କୁ ସମ୍ମାନ କରାଯାଏ। ଆସନ୍ତୁ ଜାଣିବା ଏହି ମହାନ ଓଡିଆ ପ୍ରେମୀଙ୍କୁ।
ଗଭୀର ଚିନ୍ତନ ଯୋଗୁଁ ଆମର ପୂର୍ବଜମାନେ ଓଡିଆ ଭାଷା ଭିତ୍ତିରେ ଓଡିଶା ରାଜ୍ୟ ଗଠନର ଦାବି ଉପସ୍ଥାପିତ କଲେ ଏବଂ ଆମର ଓଡିଶା ପ୍ରଦେଶ ଗଠନ ହେଲା । କାରଣ ଏହି ଗଭୀର ଚିନ୍ତା ଆବଶ୍ୟକ କରେ ଯାହାସବୁ ତଥ୍ୟ ରହିଛି ତାକୁ ଧାରାବାହିକ ଓ ପର୍ଯ୍ୟାୟକ୍ରମେ ଆଲୋଚନା କରିବା, ମୂଲ୍ୟାଙ୍କନ କରିବା ଓ ତାକୁ ପୂର୍ଣ୍ଣାଙ୍ଗ ରୂପ ଦେବା।
ଶ୍ରୀଜଗନ୍ନାଥଙ୍କ ପାଖକୁ ଇନ୍ଦ୍ରଙ୍କ ଠାରୁ ଆସିଥିଲା ଚିଠି। ଲେଖାଥିଲା ସଂସ୍କୃତରେ। ଏହାର ଉତ୍ତର ଓଡିଆରେ ରଖିଥିଲେ ପ୍ରଭୁ ଜଗନ୍ନାଥ। ଏଥିରୁ ଜଣାଯାଏ ଓଡିଆ ଭାଷାକୁ ଜଗନ୍ନାଥ କେତେ ଭଲ ପାଆନ୍ତି।
ପ୍ରଜାହିତୈଷୀ ଓ ସଂସ୍କୃତି ପ୍ରିୟ ରାଜା ମଧ୍ୟରେ କୃଷ୍ଣଚନ୍ଦ୍ର ଗଜପତି ଅନ୍ୟତମ। ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟଧାରା ମଧ୍ୟରେ ପାରଳାଖେମୁଣ୍ଡି ସହ ନୂଆପଡ଼ାକୁ ରେଳ ସଂଯୋଗ, ଗବେଷଣାରତ ଶିକ୍ଷାର୍ଥୀଙ୍କ ପାଇଁ ତାଙ୍କ ରାଜପ୍ରାସାଦରେ ଏକ ବଡ଼ ପାଠାଗାର ନିର୍ମାଣ ଇତ୍ୟାଦି ରହିଛି।
୧୯୧୧ରେ ସେ କଲିକତାରୁ ଫେରିବା ପରେ ପଣ୍ଡିତ ନୀଳକଣ୍ଠ ସତ୍ୟବାଦୀ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ। ପରେ ପରେ ସେ ଓଡ଼ିଆ ଓ ଦର୍ଶନଶାସ୍ତ୍ରରେ ପ୍ରଫେସର ଭାବେ ଯୋଗ ଦେଇଥିଲେ। କିନ୍ତୁ ଅସହଯୋଗ ଆନ୍ଦୋଳନରେ ଯୋଗ ଦେବାକୁ ପଡ଼ିବାରୁ ତାଙ୍କୁ ଏହି ବୃତ୍ତି ଛାଡ଼ିବାକୁ ପଡ଼ିଥିଲା।
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅନେକ ମନୀଷିଙ୍କ ହାତ ରହିଛି। ସେମାନଙ୍କ ମଧ୍ୟରୁ କୁଳବୃଦ୍ଧ ମଧୁସୂଦନ ଦାସ ଅନ୍ୟତମ। ତେବେ ଆସନ୍ତୁ ଜାଣିନେବା ତାଙ୍କ ଜୀବନର କିଛି ନିଚ୍ଛକ ଜଳଛବି।