ଗୁରୁବାର ପାର୍ଲାମେଣ୍ଟରେ ପୁରୀ ସାଂସଦ ପିନାକୀ ମିଶ୍ର ରଖିଥିବା ତଥ୍ୟକୁ ନେଇ ସୃଷ୍ଟି ହୋଇଛି ହଇଚଇ, ବଢୁଛି ବିରୋଧ । ହେଲେ ଆଜି ନିଜର ସେ ତଥ୍ୟ ସପକ୍ଷରେ ସଫେଇ ଦେଇ ପିନାକୀ କହିଛନ୍ତି- ତାଙ୍କ ମନ୍ତବ୍ୟକୁ ମାତ୍ର କିଛି ଲୋକ ଗ୍ରହଣ କରୁନାହାନ୍ତି ।
୧୦୦ ମିଟର ପରିଧି ଭିତରେ କିଛି ନିର୍ମାଣ ହେଲେ ଡିଜି ASIଙ୍କ ସ୍ପେସାଲ ଅନୁମତି ନିହାତି ଜରୁରୀ । ଏଥିପାଇଁ ଅନୁମତି ଦେବାକୁ NMA ପ୍ରାଧିକୃତ ନୁହଁନ୍ତି ।
କିଛି ବି ମିଛ କହିନାହିଁ । ଯଦି ସତସାହସ ଅଛି ବାଚସ୍ପତିଙ୍କୁ ଜଣାନ୍ତୁ ବୋଲି ପିନାକୀ ଆହ୍ୱାନ ଦେଇଥିଲେ ।
ଲୋକସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇ NMA ଅନୁମତି ବିନା ଖନନ କାର୍ଯ୍ୟ ଚାଲିଥିବା ଅଭିଯୋଗ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।