• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସଂସଦରେ ଉଠିଲା ଶ୍ରୀମନ୍ଦିର ପ୍ରକଳ୍ପ ପ୍ରସଙ୍ଗ । ଲୋକସଭାରେ ଉଠିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ । ପ୍ରସଙ୍ଗ ଉଠାଇଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । NMA ଅନୁମତି ବିନା ଖନନ କାଯର୍ୟ ଚାଲିଥିବା ଅଭିଯୋଗ କଲେ ।

ଲୋକସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇ NMA ଅନୁମତି ବିନା ଖନନ କାର୍ଯ୍ୟ ଚାଲିଥିବା ଅଭିଯୋଗ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି ବେଆଇନ ଭାବେ ଶହେ ମିଟର ପରିଧି ଭିତରେ ବ୍ୟାପକ ଖନନ ଚାଲିଛି । ରାଜ୍ୟ ସରକାର ନିଷିଦ୍ଧାଞ୍ଚଳ ମଧ୍ୟରେ ଖନନ କାର୍ଯ୍ୟ ଚଳାଇଛନ୍ତି । ବିକାଶ କାର୍ଯ୍ୟ ହେଉ, କିନ୍ତୁ ଆଇନ ପରିଧି ମଧ୍ୟରେ ହେଉ ବୋଲି ଅପରାଜିତା କହିଛନ୍ତି । ଏଥିସହ ଶହେ ମିଟର ପରିଧିରେ ଚାଲିଥିବା ଅବୈଧ ଖନନକୁ ବନ୍ଦ କରାଯାଉ ବୋଲି ସେ ଦାବି କରିଛନ୍ତି ।

ତେବେ ଅପରାଜିତାଙ୍କ ମନ୍ତବ୍ୟକୁ ବିରୋଧ କରି ପୁରୀ ସାଂସଦ ପିନାକୀ ମିଶ୍ର କହିଛନ୍ତି NMAର ଏନ୍ଓସିରେ କାମ ହେଉଛି । କୌଣସି ଖନନ ହେଉନି, କେବଳ ୪ଟି ଟଏଲେଟ୍ ତିଆରି ହେଉଛି ବୋଲି ସେ ସୂଚନ ଦେଇଛନ୍ତି । ମନ୍ଦିର ଉପରେ କୌଣସି ଆଞ୍ଚ ଆସିବାର ନାହିଁ କହିଛନ୍ତି ପିନାକୀ ।

ଅନ୍ୟପଟେ ଗତ ୩୦ ତାରିଖରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ପ୍ରସଙ୍ଗରେ ନୂଆଦିଲ୍ଲୀରେ ASI ଡିଜିଙ୍କୁ ଭେଟିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଶ୍ରୀମନ୍ଦିର ନିକଟରେ ଚାଲିଥିବା ଖନନ କାର୍ଯ୍ୟ ନେଇ ଅବଗତ କରିଥିଲେ । ପୁରୀ ଗସ୍ତ କାଳରେ ସଂଶୋଧିତ ଡିପିଆର୍ ଦେବାକୁ କହିଥିଲେ ଡିଜି । ସଂଶୋଧିତ ଡିପିଆର ମଗାଯାଇଥିଲେ ବି ନିର୍ମାଣ କାର୍ଯ୍ୟ ବନ୍ଦ ହୋଇନି ବୋଲି କହିଥିଲେ ଅପରାଜିତା । ଗତ ମାସେ ହେଲାଣି ଖନନ କାର୍ଯ୍ୟ ଚାଲିଥିବା ସେ କହିଥିଲେ ।