• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କେନ୍ଦୁପତ୍ର ବିଭାଗରେ ଚଞ୍ଚକତା କରି ଆଦିବାସୀଙ୍କ ଟଙ୍କା ହଡ଼ପ ଘଟଣାରେ ଦୁଇ ବନ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । କୋରାପୁଟ ଜୟପୁର ବନଖଣ୍ଡ ଅଧିନ ଫରେଷ୍ଟ ଗାର୍ଡ ପଦ୍ମିନୀ ପଟ୍ଟନାୟକ ଓ ଫରେଷ୍ଟର ଦୁର୍ଗା ପ୍ରସାଦ ନାୟକ ନିଲମ୍ବିତ ହୋଇଛନ୍ତି । ପଞ୍ଜୀକୃତ କେନ୍ଦୁପତ୍ର ତୋଳାଳିମାନଙ୍କ ସ୍ୱାଭାବିକ ମୃତ୍ୟୁ ପରେ ମିଳୁଥିବା ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଅର୍ଥ ପ୍ରଦାନରେ ଚଂଚକତା ଅଭିଯୋଗ ହୋଇଛି ।

ଆଦିବାସୀଙ୍କଠାରୁ ଟଙ୍କା ନେବା ସହ ହଇରାଣ ହରକତ କରିବା ଅଭିଯୋଗ ହୋଇଥିଲା । ଜୟପୁର୍ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ତଦନ୍ତ କରି ରେଞ୍ଜ ଏହି ପଦକ୍ଷେପ ନେଇଛନ୍ତି । ଘଟଣାରେ ଅନ୍ୟ ଅଧିକାରୀ କେହି ସାମିଲ ଅଛନ୍ତି କି ନାହିଁ ସେ ବାବଦରେ ଅଧିକ ତଦନ୍ତ ପାଇଁ ନବରଙ୍ଗପୁର କେନ୍ଦୁପତ୍ର
ବିଭାଗକୁ ଦାୟିତ୍ୱ ଦିଆଯାଇଛି ।