Advertisment

ମହାପ୍ରଭୁ ଜଗନ୍ନାଥଙ୍କ ଲୀଳା: ନୂଆ ଜୀବନ ଦେଲେ, ହଜିବା ଜିନିଷ ଫେରାଇ ଦେଲେ...

ପୁରୀ ସମ୍ରାଟ ହୋଟେଲ ଅଗ୍ନିକାଣ୍ଡରୁ ଉଦ୍ଧାର ହୋଇଥିବା ଅଂଶଙ୍କ ବ୍ରତୋପନୟନ ଅନୁଷ୍ଠିତ ହୋଇଛି। ପ୍ରଶାସନର ସହଯୋଗରେ ବ୍ରତର ଆୟୋଜନ ହୋଇଥିବା ବେଳେ, ରୋଷଣୀରେ ଯାଇ ଅଂଶ ଓ ତାଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Puri Fire Mishap

Puri Fire Mishap

କଥାରେ ଅଛି ଭଗବାନ ଯାହାକୁ ରକ୍ଷା କରିବେ, ଦୁନିଆର କୌଣସି ଶକ୍ତି କ୍ଷତି ପହଞ୍ଚାଇ ପାରିବନି। ବ୍ରତ ପାଇଁ ପରିବାର ସହ ପୁରୀ ଆସି ହୋଟେଲରେ ଥିବାବେଳେ ହୋଟେଲରେ ନିଆଁ ଲାଗି ଯାଇଥିଲା। ମହାପ୍ରଭୁଙ୍କ କୃପାରୁ ସିନା ସମସ୍ତେ ବଞ୍ଚି ଯାଇଥିଲେ, ହେଲେ ହୋଟେଲ ରୁମ୍‌ରେ ରହିଯାଇଥିଲା ଆସବାବପତ୍ର ଓ ସୁନା ଗହଣା। କେମିତି କରିବେ ପୁଅର ବ୍ରତ ଘର ? ହଠାତ୍‌ କେମିତି ହେବ ଆୟୋଜନ, ସେନେଇ ପରିବାର ଲୋକ ଚିନ୍ତାରେ ପଡ଼ି ଯାଇଥିଲେ। ତେବେ ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସବୁକିଛି ଠିକ୍‌ଠାକ୍‌ ହୋଇଯାଇଥିଲା ଓ ବ୍ରତ ଘର ସମ୍ପନ୍ନ ହୋଇଥିଲା।

Advertisment

ପୁରୀ ସମ୍ରାଟ ହୋଟେଲ ଅଗ୍ନିକାଣ୍ଡରୁ ଉଦ୍ଧାର ହୋଇଥିବା ଅଂଶଙ୍କ ବ୍ରତୋପନୟନ ଅନୁଷ୍ଠିତ ହୋଇଛି। ପ୍ରଶାସନର ସହଯୋଗରେ ବ୍ରତର ଆୟୋଜନ ହୋଇଥିବା ବେଳେ, ରୋଷଣୀରେ ଯାଇ ଅଂଶ ଓ ତାଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଗଞ୍ଜାମ ଜିଲ୍ଲା ହିଞ୍ଜିଲିକାଟୁର ହରିହର ପାଢୀ ପରିବାର ସହ ନାତିର ବ୍ରତ ପାଇଁ ପୁରୀ ଆସି ହୋଟେଲ ସମ୍ରାଟରେ ରହିଥିଲେ।

ମାତ୍ର ହୋଟେଲରେ ନିଆଁ ଲାଗି ଯିବାରୁ ରୁମ୍‌ରେ ଆସବାବପତ୍ର ଓ ସୁନା ଗହଣା ରହିଯାଇଥିଲା। ଭୟାବହ ଅଗ୍ନିକାଣ୍ଡକୁ ଆଖି ସାମ୍ନାରେ ଦେଖିଥିବା ଅଂଶ ଓ ତାଙ୍କ ପରିବାର କେମିତି ବ୍ରତୋପନୟନ କରିବେ ସେନେଇ ଆଶା ଆଶଙ୍କା ଭିତରେ ଥିଲେ। ସୌଭାଗ୍ୟବଶତଃ, ସବୁ ଆସବାବ ପତ୍ର ମିଳିଯାଇଥିବା ବେଳେ ପ୍ରଶାସନର ସହଯୋଗରେ ବ୍ରତ ସମାପନ ହୋଇଥିଲା। ଜଗନ୍ନାଥଙ୍କ କୃପାରୁ ସବୁ ସମ୍ଭବ ହୋଇଥିବା ଅଂଶଙ୍କ ପରିବାର କହିଛନ୍ତି। 

Advertisment
Fire Mishap
Advertisment
Advertisment