Advertisment

ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରର ଆଦିବାସୀ କାର୍ଡ

୨୪ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ ନାଁରେ ନୂଆ ସ୍କିମ୍ ଘୋଷଣା କରିଛନ୍ତି। ଆଗାମୀ ୩ ବର୍ଷରେ ଜନଜାତିଙ୍କ ଜୀବିକା ପାଇଁ ୫ଶହ କୋଟି ଖର୍ଚ୍ଚ କରିବେ ସରକାର। ଯାହାକୁ ନେଇ ଆଦିବାସୀ ଭୋଟ୍ ନେବାକୁ ରଣନୀତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

author-image
Pramod Behera
undefined

State Govt tribal card before election

ନିର୍ବାଚନ ପୂର୍ବରୁ ଆଦିବାସୀଙ୍କୁ ଲୋଭ ଦେଖାଇଛନ୍ତି ରାଜ୍ୟ ସରକାର। ୨୪ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ ନାଁରେ ନୂଆ ସ୍କିମ୍ ଘୋଷଣା କରିଛନ୍ତି। ଆଗାମୀ ୩ ବର୍ଷରେ ଜନଜାତିଙ୍କ ଜୀବିକା ପାଇଁ ୫ଶହ କୋଟି ଖର୍ଚ୍ଚ କରିବେ ସରକାର। ଯାହାକୁ ନେଇ ଆଦିବାସୀ ଭୋଟ୍ ନେବାକୁ ରଣନୀତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ବିଜେଡି ଏହାର ଜବାବ ରଖିଛି।

Advertisment

ବିରୋଧିଙ୍କ କହିବା କଥା; ଆଦିବାସୀ ଭୋଟ ନେବାକୁ ବିଜେଡିର କସରତ, ଜନଜାତି ଜୀବିକା ମିଶନ୍ ସ୍କିମ୍ କରି ଆଦିବାସୀଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ, ଟାର୍ଗେଟ୍‌ରେ ୫ ଲୋକସଭା, ୩୩ ବିଧାନସଭା। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ବିଜେପିକୁ ଚେକ୍ ଦେବାକୁ ଟ୍ରାଇବାଲ୍ କାର୍ଡ, ୧୯ ସାଧାରଣ ନିର୍ବାଚନ ପୂର୍ବରୁ ସ୍ପେଶାଲ୍ ଡେଭଲପମେଣ୍ଟ କାଉନସିଲ୍ ଗଠନ କରିଥିଲେ ରାଜ୍ୟ ସରକାର। ଆଉ ଏବେ ଆଦିବାସୀଙ୍କ ଜୀବିକା ପାଇଁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ ସ୍କିମ୍ ଘୋଷଣା କରିଛନ୍ତି। ଏହି ଯୋଜନାରେ ୧୪.୫ ଲକ୍ଷ ଜନଜାତି ପରିବାରଙ୍କୁ କୃଷି ଉତ୍ପାଦନ, ରୋଜଗାର ବୃଦ୍ଧି, ଉନ୍ନତମାନର ସାର, ଜଳସେଚନ ସହ ଅନ୍ୟାନ୍ୟ ଭିତ୍ତିଭୂମି ଯୋଗାଇ ଦିଆଯିବ।

ଏଥିପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୫୦୦ କୋଟି ଟଙ୍କା। ଆଉ ଚଳିତ ଆର୍ଥିକ ବର୍ଷରେ ୧୨୦ କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର। କ୍ୟାବିନେଟ୍‌ରେ ଏହି ଯୋଜନାକୁ ଅନୁମୋଦନ ମିଳଛି।

Advertisment

ତେବେ ରାଜ୍ୟରେ ସରକାର ଗଠନ କରିବାକୁ ହେଲେ ଟ୍ରାଇବାଲ ଭୋଟ ହିଁ ନିର୍ଣ୍ଣାୟକ ହୁଏ। କାରଣ ରାଜ୍ୟ ସମୁଦାୟ ଜନସଂଖ୍ୟାର ୨୨ ପ୍ରତିଶତ ହେଉଛନ୍ତି ଆଦିବାସୀ। କୋରାପୁଟ, ନବରଙ୍ଗପୁର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଲୋକସଭା ଆସନ ଓ ୩୩ଟି ବିଧାନସଭା ସିଟ୍ ଆଦିବାସୀଙ୍କ ପାଇଁ ସଂରକ୍ଷିତ ରହିଛି। ତେଣୁ ବିଜେଡି ଫୋକସ୍‌ରେ ଏବେ ଟ୍ରାଇବାଲ୍।

ଅନ୍ୟପଟେ ଓଡିଆ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ କାଳେ ବିଜେପି ଆଡକୁ ଟ୍ରାଇବାଲ୍ ଭୋଟ ଢଳିଯିବ କି ସେଇ ଭୟ ଘାରିଛି ବିଜେଡିକୁ। ତେଣୁ ଏହାକୁ ଚେକ୍ ଦେବାକୁ ଏବେଠୁ ବିଜେଡି ସ୍କିମ୍ ମାଧ୍ୟମରେ ଗେମ୍‌ ପ୍ଲା୍‌ନ ଆରମ୍ଭ କରିଛି।

ସେପଟେ ୨୦୧୯ ପୂର୍ବରୁ ସ୍ପେଶାଲ୍ ଡେଭଲପ୍‌ମେଣ୍ଟ କାଉନସିଲ୍ ଗଠନ କରିଥିଲେ। ବିଜେଡି ନେତାଙ୍କୁ ଜିଲ୍ଲା ଏସ୍‌ଡିସି ୟାରମ୍ୟାନ୍ ଭାବେ ନିଯୁକ୍ତି ଦିଆଯାଇଥିଲା। ଏବେ ବି ଏହି ଧାରା ଜାରି ରହିବା ସହ ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝି ଆଦିବାସୀଙ୍କୁ ଏକଜୁଟ୍ ଲାଗି ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି। ତେବେ ନୂଆ ସ୍କିମ୍ ଓ ବିଭିନ୍ନ ଜିଲ୍ଲାରେ ଆଦିବାସୀଙ୍କୁ ଏକଜୁଟ୍ ନେଇ ବିରୋଧୀ ବିଜେପି ଓ କଂଗ୍ରେସ କହିଛନ୍ତି, କେବଳ ଭୋଟ ପାଇଁ ଏସବୁ ବ୍ୟବସ୍ଥା। ବିଜେଡି ତା’ର ଜବାବ ରଖିଛି।

୨୪ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଏବେ ସବୁ ବର୍ଗ ଓ ସବୁ କ୍ଷେତ୍ରକୁ ଫୋକସ୍‌ କରୁଛି ବିଜେଡି ସରକାର। ତେବେ ବିଜେଡିର ଟ୍ରାଇବାଲ୍‌ କାର୍ଡ କେତେ କାମ ଦେଉଛି, ତାକୁ ଅପେକ୍ଷା।

(ଫୁଲବାଣୀରୁ ତ୍ରିନାଥ ସାହୁ, ବାଲିଗୁଡାରୁ ଅଜିତ ନାୟକ ଓ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ )

BJD Congress Odisha BJP
Advertisment
Advertisment