Advertisment

ଆହୁରି ତାତିବ ଓଡ଼ିଶା; ୧୫ରୁ ସକ୍ରିୟ ହେବ ପଶ୍ଚିମା ଝଡ଼

୧୬ ତାରିଖରେ ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ଆଚଂଳିକ ପାଣିପାଗ ବିଭାଗ ।

author-image
Tanmay Kumar Mahalik
weather

weather

ଆଜିଠୁ ପୁଣି କଲବଲ କଲାଣି ଖରା । ପଶ୍ଚିମା ଝଡ଼ର ପ୍ରଭାବ କମିଥିବା ବେଳେ ପୁଣି ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ୧୨ରୁ ୧୪ ତାରିଖ ଯାଏଁ ଖରାର ପ୍ରଭାବ ଅଧିକ ରହିପାରେ । ତେବେ ୧୫ରୁ ରାଜ୍ୟରେ ପୁଣି ସକ୍ରିୟ ହେବ ପଶ୍ଚିମା ଝଡ଼ ପ୍ରଭାବ । ୧୫ରୁ ରାଜ୍ୟରେ ପୁଣି ମେଘୁଆ ପାଗ ସହ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।

Advertisment

୧୬ ତାରିଖରେ ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ଆଚଂଳିକ ପାଣିପାଗ ବିଭାଗ ।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରବଳ ଖରାରେ ଅଉଟୁପାଉଟୁ ହେଉଛି ଓଡ଼ିଶା । ୧୨ରୁ ୧୪ ତାରିଖ ଯାଏଁ ଖରାର ପ୍ରଭାବ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ଆଗକୁ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ମିଳିବା ନେଇ କହିଛି ବିଭାଗ । ତାହା ସହ ୧୦ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ ବୋଲି କୁହାଯାଇଛି ।

Advertisment
Odisha Weather Thunderstorm Lightning
Advertisment
Advertisment