• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ହାଇୱା ଧକ୍କାରେ ମହିଳା ସରପଞ୍ଚଙ୍କ ମୃତ୍ୟୁ ହୋଇଛି । ଆଜି ଅପରାହ୍ନରେ ନିମାପଡ଼ା ବଳଙ୍ଗା ରାସ୍ତା ଡେଲ୍ଟା ଛକ ନିକଟରେ ଏକ ହାଇୱା ଧକ୍କାରେ ମହିଳା ସରପଞ୍ଚଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଥିବା ସୂଚନା ମଳିଛି । ମୃତ ସରପଞ୍ଚ ହେଉଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବିରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ଦୀପା ବେହେରା ।

ଆଜି ସେ ତାଙ୍କ ଭାଇ ଓ ଅନ୍ୟଜଣେ ସମ୍ପର୍କୀୟ ନିମାପଡାକୁ ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ଆସି ଘରକୁ ଫେରୁଥିବା ବେଳେ ଏକ ହାଇୱା ସେ ବସିଥିବା ବୁଲେଟକୁ ଧକ୍କା ଦେଇଥିଲା । ଫଳରେ ସେ ତଳେ ପଡିଯାଇଥିଲେ । ତାଙ୍କ ମୁଣ୍ଡ ଉପରେ ହାଇୱାଟି ଚଢ଼ିଯିବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ତାଙ୍କର ଭାଇ ଓ ସମ୍ପର୍କୀୟ ଅଳ୍ପକେ ବର୍ତ୍ତିଯାଇଥିଲେ । ଘଟଣାସ୍ଥଳରୁ ହାଇୱା ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ନିମାପଡ଼ା ପୁଲିସ ହାଇୱା ଟ୍ରକକୁ ଜବତ କରି ତଦନ୍ତ ଚଳାଇଛି । ଖବର ପାଇ ସରପଞ୍ଚଙ୍କ ସମର୍ଥକ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଛି ।

କୋଣାର୍କରୁ ସଞ୍ଜୟ ପତିଙ୍କ ରିପୋର୍ଟ ଓଟିଭି