/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678620397.jpeg)
Book launched programme
କେଶୁରା ଏସ୍ବିଆଇ କଲୋନୀ ପରିସରରେ ଗାଳ୍ପିକ ଓ କବି ଗଙ୍ଗାଧର ବିଶ୍ୱାଳଙ୍କ କବିତା ବହି ‘ମାନିର ରଫ୍ ଖାତାରେ ପୁର୍ଣ୍ଣିମାର ଗାଁ ଓ ଅନ୍ୟାନ୍ୟ କବିତା’ ଉନ୍ମୋଚିତ ହୋଇଯାଇଛି। ଏହାକୁ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ ଉନ୍ମୋଚିତ କରିଥିଲେ।
Advertisment
ସେହିପରି ଏହି ଅବସରରେ କବି ଗଙ୍ଗାଧର ଧର୍ମପତ୍ନୀ ଜ୍ୟୋତ୍ସ୍ନା ବିଶ୍ୱାଳଙ୍କ ଗପବହି ‘ଦର୍ପଣ ଆଗରେ’କୁ ଅଧ୍ୟାପକ ବିଶ୍ୱରଂଜନ ଉନ୍ମୋଚିତ କରିଛନ୍ତି। ଲେଖକର ଭାବ ଓ ଅନୁଭବ ସୃଷ୍ଟିକୁ ଜୀବନ୍ତ କରି ପାଠକଙ୍କୁ ପ୍ରଭାବିତ କରିଥାଏ ବୋଲି ବକ୍ତା କହିଥିଲେ।
କବି ପ୍ରଶାନ୍ତ ଦାସଙ୍କ ପୌରହିତ୍ୟରେ ପରିଚାଳିତ ଏହି ସମାରୋହରେ ପୁସ୍ତକର ଲେଖକ ଗଙ୍ଗାଧର ବିଶ୍ୱାଳ ଓ ଜ୍ୟୋତ୍ସ୍ନା ବିଶ୍ୱାଳ ନିଜ ନିଜର ଲେଖାକୀୟ ମତ ରଖିଥିଲେ।
Advertisment
ଅତିଥି ଭାବେ ଯୋଗଦେଇ ସମରେନ୍ଦ୍ର ବିହାରୀ ନିଜର ବକ୍ତବ୍ୟ ରଖିଥିବା ବେଳେ ଗୀତିକା ଜ୍ୟୋତିପର୍ଣ୍ଣ ପରିଚୟ ପ୍ରଦାନ କରିଥିଲେ ଓ ଗୀତିକା ଯୋଗସ୍ମିତା ଧନ୍ୟବାଦ ଅର୍ପଣ କରିଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)