କାହିଁକି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ହେଲା ଅବହେଳା? କାଲି ରିପୋର୍ଟ ଦାଖଲ କରିବେ ଏସଏସପି
ସାମାନ୍ୟ କମିଲା ସୁନା ଦର । ଭାରତୀୟ ବଜାରରେ ଆଜି ସୁନାର ଦାମ୍ ହ୍ରାସ ପାଇଲା । ଦେଶର ପ୍ରମୁଖ ସହରରେ ସୁନାର ଦାମ୍ ଭିନ୍ନ ଭିନ୍ନ ରହିଛି । ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭, ୧୦୦ ଟଙ୍କା ଓ ୫୧, ୪୦୦ ଟଙ୍କା ରହିଛି। ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୪, ୮୬୦ ଟଙ୍କା ଓ ୪୯, ୨୬ ରହିଛି ।
ଏହାରି ଭିତରେ ସାମନାକୁ ଆସିଛି ଖଲିସ୍ତାନୀ ସଂଗଠନର ଏକ ଭିଡିଓ। ଜାତୀୟ ଗଣମାଧ୍ୟମ ରିପବ୍ଲିକ୍ ଭାରତ ପ୍ରସାରିତ ଖବର ଅନୁସାରେ ଏହି ଭିଡିଓ ପିଏମ୍ ଗସ୍ତର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଜାନୁଆରୀ ୩ରେ ରିଲିଜ୍ ହୋଇଥିଲା।
ମୋଦିଙ୍କ ସୁରକ୍ଷାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା। ତେବେ ଜାଣିରଖନ୍ତୁ କେବେ କେବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ହୋଇଛି ତ୍ରୁଟି
କରୋନାର ଓମିକ୍ରନ୍ ଭାରିଆଣ୍ଟ, ଡେଲଟା ଭାରିଆଣ୍ଟ ତୁଳନାରେ କମ୍ ଗୁରୁତର ବୋଲି ଜଣାପଡୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଛି। ଗତ ସପ୍ତାହରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି।
ଦେଶରେ ପୁଣିଥରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍କୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। ଦେଶରେ ଏଯାବତ୍ ୩,୦୦୭ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି।
ଜାୱେଦଙ୍କ ଏପରି ବ୍ୟବହାରରେ ସେ ଅପମାନିତ ଅନୁଭୂବ କରିଥିବାରୁ ଥାନାରେ ମାମଲା ଦାଏର କରିଛନ୍ତି। ଘଟଣାକୁ ଗୁରୁତ୍ୱ ସହ ନେଇଛନ୍ତି ଜାତୀୟ ମହିଳା କମିଶନ୍।
ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରେକର୍ଡ ସୁରକ୍ଷିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ... ଶୁଣାଣିବେଳେ ଏନଆଇଏ ତଦନ୍ତ ପାଇଁ ଯୁକ୍ତି ଦର୍ଶାଇଲେ କେନ୍ଦ୍ର ସରକାର
କେନ୍ଦ୍ରୀୟ ପ୍ୟାନେଲକୁ ପଞ୍ଜାବ ପୋଲିସ, ସରକାର, ଗୁଇନ୍ଦା, ଏସପିଜି ଏବଂ ସୁରକ୍ଷାରେ ମୁତୟନ ଥିବା ସମସ୍ତ ସଂସ୍ଥା ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
NEET ପିଜି କାଉନସେଲିଂ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। NEET-PG ଓ UG ନାମଲେଖା ନେଇ ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି। ପୂର୍ବରୁ ଥିବା EWS/OBC ସଂରକ୍ଷଣ ଚାଲୁ ରହିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।
ଦେଶରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୧୭ ହଜାର ୧୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କାଲିଠାରୁ ଆଜି ୨୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର ୭.୭୪ ପ୍ରତିଶତକୁ ବୃଦ୍ଧି ପାଇଛି ।
ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗକୁ ନେଇ ଦେଶବ୍ୟାପୀ ରାଜନୈତିକ ଝଡ଼ । ବିଜେପି, ପଞ୍ଜାବ ସରକାର ଓ କଂଗ୍ରେସକୁ ଟାର୍ଗେଟ କରିଥିବା ବେଳେ ଏହା ଡ୍ରାମା ବୋଲି ପାଲଟା ଆକ୍ରମଣ କରିଛି କଂଗ୍ରେସ ।
ସାମାନ୍ୟ ବିଢିଛି ସୁନାର ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୧୫୦ ଟଙ୍କା ରହିଛି। ଦେଶର ବିଭିନ୍ନ ସ୍ଥାନରେ ସୁନାର ଦାମ୍ ଭିନ୍ନ ଭିନ୍ନ ରହିଛି । ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୭,୩୦୦ ଟଙ୍କା ଓ ୫୧,୫୮୦ ଟଙ୍କା ରହିଛି।
ସର୍ବନିମ୍ନ ଇପିଏଫ୍ ପେନସନ୍ ୯୦୦୦ କରିବାକୁ ଯୋଜନା କରିଛନ୍ତି ମୋଦି ସରକାର । ପୂର୍ବରୁ ଏହି ରାଶି ଏକ ହଜାର ଥିଲା ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘଜୀବନ କାମନା କରି ବିଜେପି ପକ୍ଷରୁ ସାରା ଦେଶରେ ପୂଜାର୍ଚ୍ଚନା କରାଯାଇଛି..ଦିଲ୍ଲୀର ଝଣ୍ଡେଓ୍ୱାଲା ଦେବୀ ମନ୍ଦିରରେ ମହାମୃତ୍ୟୁଞ୍ଜୟ ମନ୍ତ୍ରପାଠ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା..
ଦିଲ୍ଲୀ ଓ ଭୋପାଳରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଛି । ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୂଜାପାଠ କରିଛନ୍ତି । ଦିଲ୍ଲୀର ଝଣ୍ଡେଓ୍ୱାଲା ଦେବୀ ମନ୍ଦିରରେ ମହାମୃତ୍ୟୁ ଞ୍ଜୟ ମନ୍ତ୍ରପାଠ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।
ପୋଲିସ୍ କବଜାକୁ ଆସିଲା ବୁଲ୍ଲି ବାଇ କ୍ରିଏଟର୍ । ଖୋଜି ଖୋଜି ଆସାମରୁ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ୍ ।
ସୁରକ୍ଷାରେ ହୋଇଥିବା ତ୍ରୁଟିକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଲେ ନରେନ୍ଦ୍ର ମୋଦି । କାଲିର ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ସାଥୀ ଛାଡ଼ିଗଲା ପରେ ବିରହରେ ଛଟପଟ୍ ହେଉଛି ସାଥୀ ମୟୂର । ମୃତଦେହକୁ ନେଇଯିବା ସମୟରେ ପଛେ ପଛେ ଗୋଡ଼ାଉଛି ।
ମାଲିକକୁ ନୂଆ ଜୀବନ ଦେଲା କୁକୁର । ଅପହରଣ ହେଉ ହେଉ ଜୀବନ ବଞ୍ଚାଇଦେଲା ।
ପାଖେଇ ଆସୁଛି ଗଣତନ୍ତ୍ର ଦିବସ ତଥା ସାଧାରରଣତନ୍ତ୍ର ଦିବସ । ଦିଲ୍ଲୀ ରାଜପଥରେ ଦେଖିବାକୁ ମିଳୁଛି ପ୍ରତିରକ୍ଷା ବାହିନୀଙ୍କ ପରେଡ୍ ଅଭ୍ୟାସ
ସୁରତରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଟ୍ୟାଙ୍କର୍ରୁ କେମିକାଲ୍ ଗ୍ୟାସ୍ ଲିକ୍ ଯୋଗୁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିସହ ୨୨ ଜଣ ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ହୃଦୟ ବିଦାରକ ଦୃଶ୍ୟ। କେହି ବୁଝି ପାରିଲେନି ମୁକବଧିର ଯୁବକଙ୍କ ଅନୁରୋଧ। ଉପାୟଶୂନ୍ୟ ହୋଇ, ନିଜ ମୃତ ମାଆର ଶବକୁ ଏକ ମାଲ୍ ବୁହା କାଠ ଲୋରିରେ ପକେଇ, ଦୀର୍ଘ ୭ କିଲୋମିଟର ଟାଣିଟାଣି ନେଲେ ସତ୍କାର ପାଇଁ। ଏହି ହୃଦୟ ବିଦାରକ ଦୃଶ୍ୟ ସୋସିଆଲ୍ ମିଡିଆକୁ ଆସିବା ପରେ ପୂରା ଘଟଣା ବିଷୟରେ ଜଣାପଡ଼ିଥିଲା।
ଗତ ୩ ଦିନ ମଧ୍ୟରେ ମୁମ୍ବାଇରେ ବିଭିନ୍ନ ହସ୍ପିଟାଲ୍ରୁ ୨୩୦ ଜଣ ରେସିଡେଣ୍ଟ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ରେସିଡେଣ୍ଟ ଡାକ୍ତର ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
PMଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି ଅଭିଯୋଗ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଞ୍ଜାବର ଭଟିଣ୍ଡା ବିମାନନ୍ଦରରୁ ଫିରୋଜପୁର ଅଭିମୁଖେ ସଡ଼କ ପଥରେ ଯାଉଥିବା ବେଳେ ଅଧା ରାସ୍ତାରେ ତାଙ୍କ କାରକେଡକୁ କିଛି ଆନ୍ଦୋଳନକାରୀ ଅଟକାଇ ରଖିଥିଲେ ।