Advertisment

ମୋଦିଙ୍କ ସୁରକ୍ଷାରେ ତ୍ରୁଟି : କାଲି ରିପୋର୍ଟ ଦାଖଲ କରିବେ ଏସଏସପି

କାହିଁକି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ହେଲା ଅବହେଳା? କାଲି ରିପୋର୍ଟ ଦାଖଲ କରିବେ ଏସଏସପି

author-image
Sarbeswar
ଅଦ୍ୟତନ ହୋଇଛି
Modi

Modi

ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଗଡ଼ବଡ଼ ହେବା ପରେ ସାରା ଦେଶରେ ବେଶ ଚର୍ଚ୍ଚା ଚାଲିଛି। କାହିଁକି ସୁରକ୍ଷାରେ ଗଡ଼ବଡ଼ ହେଲା? ଏଥିପାଇଁ କିଏ ଦାୟୀ ସେନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଭଟିନ୍ଦାର ଏସଏସପିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଆସନ୍ତାକାଲି ଏଏସ୍‌ପି ରିପୋର୍ଟ ଦେବେ ବୋଲି ସୂଚନା ମିଳିଛି। ଗୃହ ମନ୍ତ୍ରଣାଳୟର ଉପସଚିବ ଅର୍ଚ୍ଚନା ବର୍ମା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ତାଙ୍କ ସୁରକ୍ଷାରେ ବିଭ୍ରାଟ ଦେଖାଦେଇଥିବାରୁ ଭଟିଣ୍ଡା ଏସଏସପିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

Advertisment

ସୂଚନା ଅନୁସାରେ, ପଂଜାବରେ ମୋଦିଙ୍କ ରାଲି ଗତ ବୁଧବାର ବାତିଲ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ସାଙ୍ଘାତିକ ତ୍ରୁଟିଥିବା ସାମ୍ନାକୁ ଆସିଥିଲା। ତେଣୁ ମୋଦିଙ୍କ ରାଲିକୁ ବାତିଲ କରାଯାଇଥିଲା। ପଞ୍ଜାବ ସରକାରଙ୍କ ସାଂଘାତିକ ସୁରକ୍ଷା ତ୍ରୁଟି ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ରାଲି ବାତିଲ ହୋଇଥିବା କଥା ସାମ୍ନାକୁ ଆସିବା ପରେ ସାରା ଦେଶରେ ବେଶ୍‌ ଚର୍ଚ୍ଚା ଚାଲିଥିଲା। ୨୦ ମିନିଟ କାଳ ଏକ ଫ୍ଲାଇଓଭର ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ କେଡ୍ ଫସିଥିଲା। କିଛି ଆନ୍ଦୋଳନକାରୀ ରାସ୍ତା ଅବରୋଧ କରିଥିବାରୁ ମୋଦିଙ୍କ କାର ଫସିଥିଲା। ହୁସନିୱାଲାରେ ଥିବା ସହିଦ ସ୍ମାରକୀକୁ ଗଲା ବେଳେ ରାସ୍ତାରେ କାର୍ କେଡ୍ ଫସିଥିଲା।

ସେପଟେ ପଞ୍ଜାବ ଫିରୋଜପୁରରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣାରେ ଭଟିଣ୍ଡା ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ମଧ୍ୟ ରଖିଥିଲେ। ANI ପକ୍ଷରୁ ଏନେଇ ସୂଚନା ଦିଆଯାଇଥିଲା। ମୋଦି ନିଜର ପ୍ରତିକ୍ରିୟାରେ ତୁମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Advertisment
Narendra Modi
Advertisment
Advertisment