Advertisment

ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସମସ୍ତ ରେକର୍ଡକୁ ସୁରକ୍ଷିତ ରଖ: ସୁପ୍ରିମକୋର୍ଟ

କେନ୍ଦ୍ରୀୟ ପ୍ୟାନେଲକୁ ପଞ୍ଜାବ ପୋଲିସ, ସରକାର, ଗୁଇନ୍ଦା, ଏସପିଜି ଏବଂ ସୁରକ୍ଷାରେ ମୁତୟନ ଥିବା ସମସ୍ତ ସଂସ୍ଥା ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Supreme Court

Supreme Court

ଚଣ୍ଡିଗଡ଼: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ମାମଲାର ଯାଞ୍ଚ ପାଇଁ ପହଞ୍ଚିଛି କେନ୍ଦ୍ରର ତିନି ଜଣିଆ ଟିମ୍। ଫିରୋଜପୁର ନିକଟ ଫ୍ଲାଏ ଓଭରରେ ପହଞ୍ଚି ଘଟଣାସ୍ଥଳରେ ଖୋଳତାଡ଼ କରିଛି। କେଉଁ ଭଳି ପରିସ୍ଥିତିରେ ଚାଷୀ ଓଭର ବ୍ରିଜ୍ ଉପରକୁ ପହଞ୍ଚିଲେ ? ପୋଲିସ୍, ଗୁଇନ୍ଦା ଓ ଅନ୍ୟ ସୁରକ୍ଷା ଏଜେନ୍ସି କିପରି ଏକଥାକୁ ଜାଣି ପାରିଲେନି, ସେ ଦିଗକୁ ନେଇ ତଦନ୍ତ ହୋଇଛି। ସେପଟେ ଏହି ମାମଲାରେ ପଞ୍ଜାବ ସରକାରଙ୍କ ତଦନ୍ତ ରିପୋର୍ଟ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଛି। 

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ବେଳେ ସୁରକ୍ଷାରେ ତ୍ରୁଟିକୁ ଗୁରୁତ୍ୱର ସହ ନେଇଛନ୍ତି ସୁପ୍ରିମକୋର୍ଟ। କେଉଁ ଭଳି ପରିସ୍ଥିତିରେ ଏତେ ବଡ଼ ତ୍ରୁଟି ହେଲା? ଏହାପଛରେ କଣ ରହିଛି କାରଣ ସେ ସବୁକୁ ନେଇ ଶୁଣାଣି କରିଛନ୍ତି ଅଦାଲତ। ପ୍ରଧାନମନ୍ତ୍ରୀଙ୍କ ୫ ତାରିଖ ଗସ୍ତର ସମସ୍ତ ରେକର୍ଡକୁ ସୁରକ୍ଷିତ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଜାବ ହାଇକୋର୍ଟ ରେଜିଷ୍ଟ୍ରାର ଏହି ରେକର୍ଡକୁ ରଖିବେ। ପଞ୍ଜାବ ସରକାରଙ୍କୁ ଏହା ହସ୍ତାନ୍ତର ହେବ।

କେନ୍ଦ୍ରୀୟ ପ୍ୟାନେଲକୁ ପଞ୍ଜାବ ପୋଲିସ, ସରକାର, ଗୁଇନ୍ଦା, ଏସପିଜି ଏବଂ ସୁରକ୍ଷାରେ ମୁତୟନ ଥିବା ସମସ୍ତ ସଂସ୍ଥା ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ପକ୍ଷ ରଖିଥିଲେ। ପଞ୍ଜାବରେ ଯାହା ଘଟିଲା ତାହା ଅର୍ନ୍ତଜାତୀୟ ସ୍ତରରେ ଅପମାନଜନକ ସ୍ଥିତି ସୃଷ୍ଟି କରିଛି। ଘଟଣା ଭାରତୀୟ ସୀମା ନିକଟରେ ଘଟିଥିବାରୁ ଏହାର ତଦନ୍ତ NIA ଦ୍ୱାରା କରାଇବାକୁ ଯୁକ୍ତି ବାଢ଼ିଛନ୍ତି। ସମସ୍ତ ପକ୍ଷକୁ ଶୁଣିବା ପରେ ମାମଲାରେ ଆଗାମୀ ଶୁଣାଣି ସୋମବାର ଦିନ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି ସବୋର୍ଚ୍ଚ ଅଦାଲତ।

Advertisment

ଦୁଇ ଦିନ ତଳେ ଭାରତ-ପାକିସ୍ତାନ ସୀମା ଫିରୋଜପୁର ନିକଟ ଓଭରବ୍ରିଜ୍ ଉପରେ ତାଙ୍କ କାରକୁ ୧୫ରୁ ୨୦ ମିନିଟ ଅଟକିବାକୁ ପଡିଥିଲା। ଚାଷୀଙ୍କ ଆନ୍ଦୋଳନକୁ ନେଇ ରାସ୍ତା ଜାମ୍ ଥିବାରୁ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌ ଆଗକୁ ବଢିପାରିନଥିଲା। ଫଳରେ ପ୍ରଧାନମନ୍ତ୍ରୀ ତାଙ୍କ ଫିରୋଜପୁର କାର୍ଯ୍ୟକ୍ରମକୁ ବାତିଲ କରି ନୂଆଦିଲ୍ଲୀ ଫେରି ଯାଇଥିଲେ।

PM Modi Supreme Court Punjab
Advertisment
Advertisment