Supreme Court
ନୂଆଦିଲ୍ଲୀ: NEET କାଉନସେଲିଂ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ପିଜି ଡାକ୍ତରୀ ଶିକ୍ଷାରେ ନାମଲେଖା କ୍ଷେତ୍ରରେ ଅନ୍ୟାନ୍ୟ ପଛୁଆ ବର୍ଗ-ଓବିସିଙ୍କ ପାଇଁ ୨୭% ଓ ଆର୍ଥିକ ଅନଗ୍ରସରଙ୍କ ପାଇଁ ୧୦% ସଂରକ୍ଷଣର ସାମ୍ବିଧାନିକ ବୈଧତା ରହିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଚଳିତ ବର୍ଷର ମେଡିକାଲ ପିଜି ନାମଲେଖା ପାଇଁ କାଉନସେଲିଂ କ୍ଷେତ୍ରରେ ଏହା ଲାଗୁ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାସହ ଆର୍ଥିକ ଅନଗ୍ରସର ଚିହ୍ନଟ ଲାଗି ଥିବା ୮ ଲକ୍ଷ ଆୟ କ୍ରାଇଟେରିଆକୁ ମଧ୍ୟ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି।
ମାମଲାର ଶୁଣାଣି କରି ଜଷ୍ଟିସ ଡି. ଓ୍ୱାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏ. ଏସ୍. ବୋପାନ୍ନା କହିଛନ୍ତି ଯେ, ଡାକ୍ତରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାଉନସେଲିଂ ଏବେ ଆରମ୍ଭ ହେବା ଉଚିତ। ତେବେ ଆର୍ଥିକ ଅନଗ୍ରସର ବର୍ଗ ଚିହ୍ନଟ ଲାଗି ଥିବା କ୍ରାଇଟେରିଆ ସମ୍ପର୍କରେ ମାର୍ଚ୍ଚ ୫ରେ ପରବର୍ତ୍ତୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଏହାସହ ସେତେବେଳେ ଆର୍ଥିକ ଅନଗ୍ରସରଙ୍କ ପାଇଁ ସଂରକ୍ଷଣ ଦିଆଯିବ କି ନାହିଁ ସେତେବେଳେ ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)