• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ବୁଲ୍ଲି ବାଇ ଆପ୍‌ ମାମଲାରେ ପୋଲିସକୁ ବଡ ସଫଳତା । ବିବାଦୀୟ ଆପ୍‌କୁ ତିଆରି କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ ପୋଲିସ୍ । ଆସାମରୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ଇନପୁଟ୍ ମିଳିବା ପରେ ଆସାମ ପହଞ୍ଚିଥିଲା ଦିଲ୍ଲୀ ପୋଲିସ୍ । ଗିରଫ ମୁଖ୍ୟ ଅଭିଯୁକ୍ତର ନାଁ ନୀରଜ  । ବୟସ ମାତ୍ର ୨୧ ବର୍ଷ । ବିଷୋଇ ବିଆଇଇଟି ଭୋପାଳର ଇଞ୍ଜିନିୟରିଂ କଲେଜରେ ଦ୍ୱିତୀୟ ବର୍ଷର ଛାତ୍ର  । ନୀରଜ ହିଁ ବୁଲ୍ଲି ବାଇ ଆପ୍‌ ତିଆରି କରିଥିବା ପୋଲିସ୍ କହିଛି । GitHub ବୁଲ୍ଲିବାଇ ଆପ୍‌ ଜରିଆରେ ସଂଖ୍ୟାଲଘୁ ମହିଳାଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ଦେଇ ନିଲାମ ଡକାଇଯାଉଥିଲା ।

ଏହାପୂର୍ବରୁ ମୁମ୍ବାଇ ପୋଲିସ ଏହି ମାମଲାରେ ତିନି ଜଣକୁ ଗିରଫ କରିଥିଲା । ବିବାଦୀୟ ବୁଲ୍ଲି ବାଇ ଆପ୍‌ ମାମଲାରେ ଶ୍ୱେତା ସିଂ, ବିଶାଲ କୁମାର ଏବଂ ମୟଙ୍କ ରାୱଲଙ୍କୁ ଗିରଫ କରାଯାଇଥିଲା । ଶ୍ୱେତା ସିଂଙ୍କୁ ଉତ୍ତରାଖଣ୍ଡରୁ ଗିରଫ କରାଯାଇଥିଲା । ତାଙ୍କୁ ମଧ୍ୟ ୨୧ ବର୍ଷ ବୟସ । ସେହିପରି ଗିରଫ କରାଯିବା ପରେ ଅଭିଯୁକ୍ତ ବିଶାଲ କୁମାରଙ୍କୁ ବାଙ୍ଗାଲୋର କୋର୍ଟରେ ମୁମ୍ବାଇ ପୋଲିସ ଉପସ୍ଥାପନ କରିଥିଲା । ଆଉ ତାପରେ ଜାନୁଆରୀ ୧୦ ପର୍ଯ୍ୟନ୍ତ ପୋଲିସ ତାକୁ ହେପାଜତକୁ ପଠାଇ ଦିଆଯାଇଥିଲା ।  

ବୁଲ୍ଲି ବାଇ ଆପରେ କ’ଣ ହୁଏ?

ବୁଲ୍ଲି ବାଇ ଆପ ଖୋଲିବା ମାତ୍ରେ ମୁସଲମାନ ମହିଳାଙ୍କ ଫଟୋ ଦେଖିବାକୁ ମିଳେ । ଏହା ପରେ ସେହି ମୁସ୍‌ଲିମ୍‌ ମହିଳାଙ୍କ ଫଟୋ ଉପରେ ଅଶ୍ଳୀଳ ମନ୍ତବ୍ୟ ସହିତ ଆପରେ ନିଲାମ ଡକାଯାଏ । ଏହା ପରେ ଫଟୋରେ #BulliBai ସହିତ ଦିନସାରା ଟ୍ରେଣ୍ଡ କରାଯାଏ । Bulli Bai ଆପରେ  ଟ୍ୱିଟର ଏବଂ ଫେସବୁକରେ ସକ୍ରିୟ ଥିବା ମହିଳାଙ୍କୁ ଟାର୍ଗେଟ କରାଯାଏ । ଗଣମାଧ୍ୟମ ସମେତ ଅନ୍ୟାନ୍ୟ କ୍ଷେତ୍ରର ମହିଳାଙ୍କ ପ୍ଲାଟଫର୍ମରେ ନାଁ ଏବଂ ଫଟୋ ଦେଇ ଏହି ଆପ୍ ବ୍ୟବହାର କରାଯାଉଥିଲା ।

ସୂଚନାଯୋଗ୍ୟ କିଛି ଦିନ ହେଲା ସୋସିଆଲ ମିଡିଆରେ ଘୃଣା ସୃଷ୍ଟି କରୁଥିଲା ବୁଲ୍ଲି ବାଇ (‘Bulli Bai’ )ଆପ୍ । କିଛି ଅସାମାଜିକ ବ୍ୟକ୍ତି ବୁଲ୍ଲି ବାଇ ଆପରେ ମହିଳାଙ୍କ ବିରୋଧରେ ବିଭିନ୍ନ ଅପମାନଜନକ ମନ୍ତବ୍ୟ ଦେଉଥିଲେ । ମାନସିକ ବିକୃତିକୁ ଅନଲାଇନ୍‌ ପ୍ଲାଟଫର୍ମରେ ଜାହିର କରୁଥିବାରୁ ବିବାଦ ଉପୁଜିଥିଲା । ଏହି ଆପରେ ସଂଖ୍ୟା ଲଘୁ ସମ୍ପ୍ରଦାୟର ମହିଳାମାନଙ୍କୁ ଟାର୍ଗେଟ କରାଯିବା ସହ ସେମାନଙ୍କ ବିରୋଧରେ ଅଶ୍ଳୀଳ ଓ ଆପତ୍ତିଜନକ ଟିପ୍ପଣୀ ଦିଆଯାଉଥିଲା ।