Advertisment

‘ଡେଲ୍‌ଟା ଭାରିଆଣ୍ଟ ତୁଳନାରେ କମ୍‌ ଗୁରୁତର ଓମିକ୍ରନ୍‌’

କରୋନାର ଓମିକ୍ରନ୍ ଭାରିଆଣ୍ଟ, ଡେଲଟା ଭାରିଆଣ୍ଟ ତୁଳନାରେ କମ୍ ଗୁରୁତର ବୋଲି ଜଣାପଡୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଛି। ଗତ ସପ୍ତାହରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Tedros Adhanom

Tedros Adhanom

କରୋନାର ଓମିକ୍ରନ୍ ଭାରିଆଣ୍ଟ, ଡେଲଟା ଭାରିଆଣ୍ଟ ତୁଳନାରେ କମ୍ ଗୁରୁତର ବୋଲି ଜଣାପଡୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଛି। କିନ୍ତୁ ଏହାକୁ ହାଲୁକା ଭାବେ ନେଇ ହେବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧାନମ୍ କହିଛନ୍ତି।  

Advertisment

ଗତ ସପ୍ତାହରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏଥିଯୋଗୁ ଅନେକ ଲୋକ ମେଡିକାଲରେ ଭର୍ତ୍ତି ହେବା ସହ ମୃତ୍ୟୁମୁଖରେ ପଡୁଛନ୍ତି। କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସାରା ବିଶ୍ୱରେ ସ୍ୱାସ୍ଥ୍ୟାବସ୍ଥା ଉପରେ ଏହାର ପ୍ରଭାବ ପଡ଼ିଛି। 

ମେଡିକାଲରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ କମ୍ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀ ରହୁଛନ୍ତି। ଏଥିପାଇଁ କୋଭିଡ୍ ଆକ୍ରାନ୍ତଙ୍କ ସହ ଅନ୍ୟ ରୋଗରେ ଆକ୍ରାନ୍ତମାନଙ୍କୁ ଠିକ୍ ସମୟରେ ଚିକିତ୍ସା ସୁବିଧା ମିଳିପାରୁନାହିଁ। ଏଥିସହ ବିଶ୍ୱରେ ବିଭିନ୍ନ ଦେଶରେ ଟିକାକରଣକୁ ନେଇ ଅସମାନତା ଦେଖାଦେଇଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଉଦ୍‌ବେଗ ପ୍ରକାଶ କରିଛନ୍ତି।

Advertisment

ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୦୭ରେ ପହଞ୍ଚିଛି।  ମହାରାଷ୍ଟ୍ରରୁ ସର୍ବାଧିକ ୮୭୬ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରୁ ୪୬୫, କର୍ଣ୍ଣାଟକରୁ ୩୩୩, ରାଜସ୍ଥାନରୁ ୨୯୧, କେରଳରୁ ୨୮୪, ଗୁଜରାଟରୁ ୨୦୪, ତାମିଲନାଡୁରୁ ୧୨୧, ହରିୟାଣାରୁ ୧୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚିହ୍ନଟ ହେଲେଣି ଓମିକ୍ରନ୍‌ ଆକ୍ରାନ୍ତ।

ଦେଶରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୧୭ ହଜାର ୧୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କାଲିଠାରୁ ଆଜି ୨୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର ୭.୭୪ ପ୍ରତିଶତକୁ ବୃଦ୍ଧି ପାଇଛି ।

WHO Omicron Omicron Variant
Advertisment
Advertisment