• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚିରନିଦ୍ରାରେ ସାଥୀ । ବିଷମୟ ହୋଇଗଲା ଜୀବନ । ସାଥୀର ଅନ୍ତିମ ଯାତ୍ରାରେ କାନ୍ଦି କାନ୍ଦି ପଛରେ ଗୋଡ଼ାଉଛି ମୟୂର । ସବୁଦିନ ପାଇଁ ପର କରି ଅଫେରା ଦୁନିଆକୁ ଚାଲିଯାଇଛି ସାଥୀ । ଆଉ ତା’ର ଦେଖା ମିଳିବନି । ଚାହିଁଲେ ବି ସାଥୀ ସହ ଡେଣା ମେଲାଇ ପର ଝାଡ଼ି ପାରିବନି । ମଣିଷ ହେଉ କି ଜୀବଜନ୍ତୁ ଅଲଗା ହେବାର ଦୁଃଖ ସମସ୍ତଙ୍କ ପାଇଁ ସମାନ । ଏକାଠି ଅନେକ ସମୟ ଧରି ରହିବା ପରେ ଜଣେ ଦୂରେଇ ଗଲେ ହୃଦୟ ଭାଙ୍ଗିଯାଏ । ବର୍ତ୍ତମାନ ଇଣ୍ଟରନେଟରେ ମୟୂରର ଏପରି ଏକ ଭିଡିଓ ଭାଇରାଲ ହେଉଛି । ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଯିବା ସାଥୀର ଶେଷ ଯାତ୍ରାରେ ମୟୂରଟି ପଛେ ପଛେ ଧାଉଁଛି । ଖୁବ୍ ବେଦନାଦାୟକ ଏ ଦୃଶ୍ୟ, କାହାର ଆଖିରେ ବି ଲୁହ ଜକେଇ ଆସିବ ।

କବିତା କିମ୍ବା ଲେଖା ମାଧ୍ୟମରେ ଅଲଗା ହେବାର ଯନ୍ତ୍ରଣା କାହାଣୀ ବଖାଣିଦିଏ ମଣିଷ । ହେଲେ ପଶୁପକ୍ଷୀମାନେ କିଛି କହିପାରନ୍ତି ନାହିଁ । ନୀରବରେ ଲୁହ ଝରାଇବା ବ୍ୟତୀତ କିଛି କରିପାରନ୍ତି ନାହିଁ । କାହାକୁ ହରାଇବା ପରେ ସେମାନେ ମଧ୍ୟ ସମାନ କଷ୍ଟ ପାଆନ୍ତି । ସାଥୀ ମୟୂର ଛାଡ଼ି ଚାଲିଯିବା ପରେ ଅନ୍ୟ ମୟୂରଟି ମଧ୍ୟ ସେହିପରି ଯନ୍ତ୍ରଣା ଅନୁଭବ କରୁଛି ।

ମୟୂର ଦୁଃଖ ଦେଖି କାନ୍ଦି ପକାଉଛନ୍ତି ଲୋକେ

ସାଥୀ ବହୁ ଦୂରକୁ ଚାଲିଯାଇଛି । ଆଉ ସେମାନେ ଏକାଠି ହୋଇ ବୁଲିବେନି କି ସମୟ ବିତାଇବେନି । ହୁଏତ ମୟୂରକୁ ଏକଥା ଜଣାନାହିଁ । ଭିଡିଓରେ ଦେଖିବାକୁ ମିଳୁଛି ମୃତ ମୟୂରର ଦାହ ସଂସ୍କାର ପାଇଁ ଦୁଇ ଜଣ ଯୁବକ ନେଇଯାଉଛନ୍ତି । ଆଉ ପଛରେ ଚାଲିଛି ସାଥୀ ମୟୂର । ଆଉ ସେମାନଙ୍କୁ ଅନୁସରଣ କରୁଛି ମୟୂର । ମନେ ମନେ ଭାବୁଛି ମୋ ସାଥୀକୁ କୁଆଡ଼େ ନେଇ ଯାଉଛନ୍ତି । ଏହି ଭିଡିଓ ଦେଖି କେହି ବି ଭାବପ୍ରବଣ ହୋଇଯାଉଛନ୍ତି । ସମସ୍ତଙ୍କ ଆଖିରୁ ଲୁହ ଆସିଯାଉଛି ।

ଏହି ଭିଡିଓକୁ @Bishnoiofficiai ନାମକ ଆଇଡିରୁ ସେୟାର କରାଯାଇଛି । କ୍ୟାପସନରେ ଲେଖାଯାଇଛି ସାଥୀ ଠାରୁ ଅଲଗା ହେବାର ଅସହ୍ୟ ଯନ୍ତ୍ରଣା ସତରେ ଖୁବ୍ ଅସହ୍ୟ । ଏହି ଭିଡିଓକୁ ହଜାରେରୁ ଅଧିକ ଥର ଦେଖିଛନ୍ତି ଲୋକେ । ଶହ ଶହ ଲୋକ ଏହା ଉପରେ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । ଅଧିକାଂଶ ଲୋକ ମୟୂରର ପ୍ରେମ ଭାବନାକୁ ହୃଦୟଙ୍ଗମ କରି ଦୁଃଖ ପ୍ରକାଶ କରିଛନ୍ତି ।