• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାଲିକ ପାଇଁ ଭଗବାନ୍ ପାଲଟିଗଲା ପୋଷା କୁକୁର । ଅପହୃତ ହେଉ ହେଉ ଆକ୍ରମଣ କରି ଜୀବନ ରକ୍ଷାକଲା । ମଧ୍ୟପ୍ରଦେଶର ଗ୍ୱାଲିଅରରେ ଏପରି ଘଟଣା ଘଟିଛି । ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ କୁକୁର ମାଲିକକୁ ଅପହରଣରୁ ରକ୍ଷା କରିଛି ଓ ନୂଆ ଜୀବନ ଦେଇଛି । ଅପହରଣକାରୀମାନେ ମାଲିକଙ୍କୁ ମାଡ ମାରିବା ସହ ଟାଣି ଟାଣି ଭ୍ୟାନରେ ଭର୍ତ୍ତି କରିବା ପାଇଁ ଚେଷ୍ଟା କରିବା ସମୟରେ କୁକୁରଟି ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଅଳ୍ପକେ ଅପହରଣକାରୀ ଠାରୁ ରକ୍ଷା ପାଇଗଲେ ମାଲିକ ।

ଗ୍ୱାଲିଅରର ଥାଟିପୁର ଥାନା ଅଶୋକ କଲୋନୀରେ ନିତିନଙ୍କ ଘର । ସେ ଘରେ ଏକୁଟିଆ ଥିବା ସମୟରେ ହଠାତ୍ ଚାରିରୁ ପାଞ୍ଚ ଜଣ ଦୁର୍ବୃତ୍ତ ଏକ ଭ୍ୟାନରେ ଆସି ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଏହା ପରେ ନିତିନଙ୍କୁ ଜୋର ଜବରଦସ୍ତ ଭ୍ୟାନରେ ଅପହରଣ କରିନେବାକୁ ଚେଷ୍ଟା କରିଥିଲେ । ହେଲେ ପାଖରେ ଥିବା ପୋଷା କୁକୁର ଏସବୁ ଦେଖି ନେଇଥିଲା । ମାଲିକଙ୍କୁ ଅପହରଣ କରାଯାଉଥିବା ଦେଖି ଦୁର୍ବୃତ୍ତଙ୍କ ଉପରକୁ ଝପଟି ଯାଇଥିଲା । ମାଲିକର ଜୀବନ ବଞ୍ଚାଇବାକୁ ଅପହରଣକାରୀଙ୍କୁ ଆକ୍ରମଣ କରିଥିଲା ।

ସିସିଟିଭି କ୍ୟାମେରାରେ କଏଦ୍ ହେଲା କୁକୁରର ସାହସିକତା

ଜର୍ମାନ ଶେଫର୍ଡ ପ୍ରଜାତିର କୁକୁର ଜଣ ଜଣ କରି ସମସ୍ତ ଆକ୍ରମଣକାରୀଙ୍କ ଉପରେ ଲମ୍ଫ ପ୍ରଦାନ କରି ଘାଇଲା କରିଦେଲା । ପ୍ରତିଶୋଧ ନେବା ପରି ଜଣକ ପରେ ଜଣଙ୍କୁ କାମୁଡ଼ି ପକାଇଥିଲା । ଅପହରଣକାରୀମାନେ କୁକୁରର ଅତର୍କିତ ଆକ୍ରମଣର ଶିକାର ହେବେ ବୋଲି ଆଦୌ ଚିନ୍ତା କରିନଥିଲେ । କୁକୁର ହଲ୍ଲା ବୋଲ୍ ଦେଖି ସେମାନେ ଭୟରେ ନିତିନଙ୍କୁ ଛାଡ଼ି ପଳାୟନ କରିଥିଲେ । ତେବେ କୁକୁରର ଏହି ସାହସିକତା ସେଠାରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଗଲା ।

ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

ଅପହରଣକାରୀଙ୍କ ଠାରୁ ଅଳ୍ପକେ ବର୍ତ୍ତି ଯାଇଥିବା ନିତିନ ବର୍ତ୍ତମାନ ଥାନାରେ ଅଭିଯୋଗ କରିଛନ୍ତି । ଥାଟିପୁର ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି । ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ୍ । ଖୁବ ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।