/odishatv-khabar/media/post_attachments/uploadimage/library/16_9/16_9_0/epfo_1641468823.jpg)
epfo
ପେନସନଭୋଗୀଙ୍କୁ ଖୁବ୍ ଶୀଘ୍ର ଭଲ ଉପହାର ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଆଗାମୀ ସମୟରେ ପେନସନଭୋଗୀଙ୍କୁ ମିଳିବ ଅଧିକ ପେନସନ୍ । ସର୍ବନିମ୍ନ ଇପିଏଫ୍ ପେନସନ୍ ରାଶି ୯ ଗୁଣା ଅଧିକ ବଢ଼ାଇବା ଲାଗି ଯୋଜନା କରୁଛନ୍ତି ମୋଦି ସରକାର । ଉପଭୋକ୍ତାଙ୍କୁ ପ୍ରତ୍ୟେକ ମାସରେ ୧,୦୦୦ ଟଙ୍କା ପରିବର୍ତ୍ତେ ୯,୦୦୦ ଟଙ୍କା ଲେଖାଏଁ ପେନ୍ସନ୍ ମିଳିବ । ସର୍ବନିମ୍ନ ପେନସନର ରାଶି ୧୦୦୦ରୁ ୯୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି । ଅର୍ଥାତ ଏହି ନିଷ୍ପତ୍ତି ଦ୍ୱାରା ୯ ଗୁଣ ବୃଦ୍ଧି ପାଇବ ପେନସନ୍ ।
ଫେବୃଆରୀରେ ବୈଠକ
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଫେବୃଆରୀରେ ହେବାକୁ ଥିବା ବୈଠକରେ ଶ୍ରମ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇପାରେ । ଏହି ବୈଠକରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇପାରେ ବୋଲି କୁହାଯାଉଛି ।
ଦୀର୍ଘ ଦିନର ଚାହିଦା ପୂରଣ ହେବାର ସମ୍ଭାବନା
ପେନସନ୍ ଯୋଜନାରେ ବର୍ତ୍ତମାନ ମାତ୍ର ୧୦୦୦ ଟଙ୍କା ପ୍ରଦାନ କରାଯାଉଛି । କିନ୍ତୁ ଏହାକୁ ୯୦୦୦ ଟଙ୍କାକୁ ବୃଦ୍ଧି କରାଯାଇପାରିବ । ସର୍ବନିମ୍ନ ପେନ୍ସନ୍ର ପରିମାଣ ବୃଦ୍ଧି କରାଯାଉ ବୋଲି ପେନ୍ସନ୍ଭୋଗୀ ମାନେ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ।
କମିଟିର ସୁପାରିଶ ଆଧାରରେ ନିଷ୍ପତ୍ତି ନିଆଯିବ
ଏହି ପ୍ରସଙ୍ଗରେ ପୂର୍ବରୁ ଅନେକ ଥର ଆଲୋଚନା ହୋଇସାରିଛି । ତେଣୁ ନୂତନ ବର୍ଷରେ ସରକାର ପେନସନଭୋଗୀଙ୍କୁ ଏହି ଉପହାର ଦେଇପାରନ୍ତି ବୋଲି ଆକଳନ କରାଯାଉଛି । କମିଟିର ସୁପାରିଶ ଆଧାରରେ ସର୍ବନିମ୍ନ ପେନସନ ପରିମାଣରେ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯିବ ।
ମାର୍ଚ୍ଚ ୨୦୨୧ରେ ଅନୁଷ୍ଠିତ ହୋଇଥିଲା ବୈଠକ
ସଂସଦର ସ୍ଥାୟୀ କମିଟି ମାର୍ଚ୍ଚ ୨୦୨୧ରେ ଏସମ୍ପର୍କରେ ପରାମର୍ଶ ଦେଇଥିଲା । ସେହି ବୈଠକରେ ସର୍ବନିମ୍ନ ପେନ୍ସନ୍କୁ ୧୦୦୦ ରୁ ୩୦୦୦ଟଙ୍କାକୁ ବୃଦ୍ଧି କରାଯିବା ଉଚିତ ବୋଲି କମିଟି କହିଥିଲା । ହେଲେ ପେନ୍ସନ୍ଭୋଗୀ ମାନେ ଏହାକୁ ୯୦୦୦କୁ ବୃଦ୍ଧି କରାଯିବା ଉଚିତ ବୋଲି ଦାବି କରିଥିଲେ ।
କ’ଣ ଏହି ସ୍କିମ୍ ?
ଇପିଏଫ୍ ଅଧୀନରେ ପ୍ରୋଭିଡେଣ୍ଟ ଫଣ୍ଡ (PF) ପାଇବା ପାଇଁ ସମସ୍ତ ଉପଭୋକ୍ତାମାନଙ୍କ ପାଇଁ କର୍ମଚାରୀ ପେନସନ୍ ସ୍କିମ୍ -୧୯୯୫ ରହିଛି । ସଂଗଠିତ କ୍ଷେତ୍ରର କର୍ମଚାରୀମାନଙ୍କୁ ୫୮ ବର୍ଷ ବୟସ ପରେ ସର୍ବନିମ୍ନ ୧୦୦୦ ଟଙ୍କା ପେନସନ୍ ପ୍ରଦାନ କରାଯାଏ ।ଏଥିପାଇଁ କର୍ମଚାରୀଙ୍କୁ ଅତି କମରେ ୧୦ ବର୍ଷ ଚାକିରି କରିବା ବାଧ୍ୟତାମୂଳକ ଅଟେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)