Advertisment

ସାମ୍ନାକୁ ଆସିଲା ଓମିକ୍ରନ୍‌ର ୫ ମାରାତ୍ମକ ଲକ୍ଷଣ

ଦେଶରେ ପୁଣିଥରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌କୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। ଦେଶରେ ଏଯାବତ୍‌ ୩,୦୦୭ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହେଲେଣି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Omicron

Omicron

ଦେଶରେ ପୁଣିଥରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୧୭ ହଜାର ୧୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କାଲିଠାରୁ ଆଜି ୨୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର ୭.୭୪ ପ୍ରତିଶତକୁ ବୃଦ୍ଧି ପାଇଛି। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌କୁ ନେଇ ମଧ୍ୟ ଚିନ୍ତା ବଢ଼ିଛି।

Advertisment

ଦେଶରେ ଏଯାବତ୍‌ ୩,୦୦୭ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହେଲେଣି। ଓମିକ୍ରନ୍‌ର ଲକ୍ଷଣକୁ ସମୟ-ସମୟରେ ହେଲ୍‌ଥ୍‌ ଏକ୍ସପର୍ଟ ମାନେ ସୂଚନା ଦେଉଛନ୍ତି। US Centers for Disease Control and Preventionର ବିଶେଷଜ୍ଞ ଓମିକ୍ରନ୍‌ର ୪ ଲକ୍ଷଣ- କାଶ, ଥକାପଣ ଲାଗିବା, କଫ ଓ ନାକରୁ ପାଣି ବାହାରିବା ସମ୍ପର୍କରେ କହିଥିବା ବେଳେ ଏବେ ଏହି ଭାରଆଣ୍ଟ୍‌ର ୫ ମାରାତ୍ମକ ଲକ୍ଷଣ ସାମ୍ନାକୁ ଆସିଛି। ଏମ୍ସ ଓମିକ୍ରନ୍‌ର ଏହି ୫ ଲକ୍ଷଣ ସମ୍ପର୍କରେ ସୂଚିତ କରିବା ସହ ଏହାକୁ ଅଣଦେଖା ନକରିବା ଲାଗି ଲୋକଙ୍କୁ ଚେତାବନୀ ଦେଇଛି। ଯଦି କୌଣସି ବ୍ୟକ୍ତିଙ୍କ ଠାରେ ଏହି ଲକ୍ଷଣ ଦେଖାଯିବା ଅର୍ଥ ସମ୍ପୃକ୍ତ ବ୍ୟକ୍ତି ଅଧିକ ସଂକ୍ରମଣ। 

ଓମିକ୍ରନ୍‌ର ୫ ମାରାତ୍ମକ ଲକ୍ଷଣ...

  • ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା
  • ଅମ୍ଲଜାନ ସ୍ତର କମି ଯିବା
  • ମୁଣ୍ଡ ବିନ୍ଧା ହେବା/ଅସୁସ୍ଥ ଅନୁଭବ କରିବା
  • ମାନସିକ ଦ୍ୱନ୍ଦ୍ୱ
  • ୩-୪ ଦିନରୁ ଅଧିକ ଦିନ ଅସୁସ୍ଥ ଅନୁଭବ କରିବା। ହଠାତ୍‌ ତ୍ୱଚା, ଓଠ କିମ୍ବା ନଖର ରଙ୍ଗ ବଦଳିଯିବା ଭଳି ଲକ୍ଷଣ ଦେଖାଦେଲେ ସତର୍କ ରହିବାକୁ ହେଲ୍‌ଥ୍‌ ଏକ୍ସପର୍ଟ ପରାମର୍ଶ ଦେଇଛନ୍ତି। ଏହାସହ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। 
Advertisment

କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌କୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। ଏସବୁ ଭିତରେ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଓମିକ୍ରନ୍‌(Omicron)ପରେ ବୈଜ୍ଞାନିକମାନେ କରୋନାର ଆଉ ଏକ ଭାରିଏଣ୍ଟ୍‌ ଠାବ କରିଛନ୍ତି। ଏହି ଭାରିଆଣ୍ଟ୍‌ର ନାଁ ‘IHU’(Variant IHU)। 

Omicron Symptoms Omicron Variant Omicron
Advertisment
Advertisment